The Topmost

“The eyes believe themselves, the ears believe other people.”

‘ଦି କେରଳ ଷ୍ଟୋରୀ’: ପୁଣି ବଢିଲା ସମସ୍ୟା

ଫିଲ୍ମ ‘ଦି କେରଳ ଷ୍ଟୋରୀ’ର କ୍ରିୟୁ ସଦସ୍ୟଙ୍କୁ ଏହି ଫିଲ୍ମରେ କାର୍ଯ୍ୟ କରିଥିବା ହେତୁ ଧମକ ମିଳିଥିବା ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଜଣେ ଅଜଣା ବ୍ୟକ୍ତିଙ୍କ ନିକଟରୁ ଧମକ ଆସିବା କଥା ଫିଲ୍ମର ନିର୍ଦ୍ଦେଶକ ସୁଦିପ୍ତ ସେନ୍‌ ପ୍ରକାଶ କରିଥିଲେ। ତେବେ ଏହି ଧମକ ପରେ ଫିଲ୍ମର ସଦସ୍ୟମାନଙ୍କୁ ମୁମ୍ବାଇ ପୋଲିସ୍‌ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଛି । ହେଲେ ଏବେ ପର୍ଯ୍ୟନ୍ତ ବି ପୋଲିସ୍‌ ନିକଟରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବଲିଉଡ ଫିଲ୍ମ ‘ଦି କେରଳ ଷ୍ଟୋରୀ’କୁ ନେଇ ଅନେକ ସ୍ଥାନରେ ବିବାଦ ଦେଖାଦେଇଛି। ସୁପ୍ରିମକୋର୍ଟଙ୍କ ପରେ ଗୁରୁବାର ଏହି ଫିଲ୍ମର ରିଲିଜ ଉପରେ ରୋକ୍‌ ଲଗାଇବାକୁ ମନା କରିଥିଲେ ମାଡ୍ରାସ ହାଇକୋର୍ଟ। ଏହା ପରେ ଫିଲ୍ମଟି ଶୁକ୍ରବାର ରିଲିଜ୍ ହୋଇଥିଲା। ରିଲିଜ୍ ପ‌ରେ ଫିଲ୍ମଟି ଭଲ ବ୍ୟବସାୟ କରିଥିଲେ ବି ଏହାକୁ ନେଇ ବିବାଦ ଏବେ ବି ଲାଗି ରହିଛି। ତେବେ ପୂର୍ବରୁ ତାମିଲନାଡୁ ଓ ପଶ୍ଚିମବଙ୍ଗରେ ‘ଦି କେରଳ ଷ୍ଟୋରୀ’ର ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲାଗିସାରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ରାଜ୍ୟ ସଚିବାଳୟରେ ନିଜ ନିଷ୍ପତ୍ତି ଘୋଷଣା କରିଥିଲେ। ପଶ୍ଚିମବଙ୍ଗର ସମସ୍ତ ପ୍ରେକ୍ଷାଳୟରୁ ଫିଲ୍ମ ହଟାଇବାକୁ ମମତା ବାନାର୍ଜୀ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ