The Topmost

“The eyes believe themselves, the ears believe other people.”

ଦି ଓ୍ବିକ୍ ହାପିନେସ୍ ସର୍ଭେ

ଦେଶର ସବୁଠୁ ଖୁସି ରାଜ୍ୟ ତାଲିକାର ତୃତୀୟରେ ଓଡିଶା । ଗତ ଥର ଓଡ଼ିଶା ୧୬ ନମ୍ବର ସ୍ଥାନରେ ଥିଲା । ଏଥର ଓଡ଼ିଶା ତୃତୀୟ ସ୍ଥାନ ଦଖଲ କରିଛି । ସର୍ବେକ୍ଷଣ କରିଥିବା ଦି ୱିକ ସଂସ୍ଥା ଏହି ତାଲିକା ପ୍ରକାଶ କରିଛି । ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଦ୍ୱାରା ଲୋକଙ୍କ ମଧ୍ୟରେ ଖୁସିର ମାତ୍ରା ବୃଦ୍ଧି ପାଇଛି ବୋଲି ସର୍ଭେରେ କୁହାଯାଇଛି । ତେବେ ବଡ ରାଜ୍ୟ ମାନଙ୍କ ମଧ୍ୟରେ ହିମାଚଳ ପ୍ରଦେଶ ପୂର୍ବପରି ଏକ ନମ୍ବର ସ୍ଥାନରେ ରହିଛି । ସେହିପରି କ୍ଷୁଦ୍ର ରାଜ୍ୟଗୁଡିକ ମଧ୍ୟରେ ଗୋଆ ରହିଛି ସବୁଠୁ ଆଗୁଆ । କେନ୍ଦ୍ର ଶାସିତ ଅଞ୍ଚଳ କ୍ୟାଟେଗୋରୀରେ ଲାକ୍ଷାଦ୍ୱୀପ  ୮ରୁ ଉଠି ଏକ ନମ୍ବର ସ୍ଥାନ ଦଖଲ କରିବାରେ ସଫଳ ହୋଇଛି । ମୋଟ ୭ଟି ତତ୍ତ୍ୱକୁ ନେଇ ଏହି ସର୍ଭେ କରାଯାଇଥିଲା । ନିଜ ପସନ୍ଦ ପାଇଁ ସ୍ୱାଧୀନତା , ଦୁର୍ନୀତି ପ୍ରତି ମନୋଭାବ, ରାଜ୍ୟର ଘରୋଇ ଉତ୍ପାଦନ ନେଇ ବିକାଶ ସୁଯୋଗ, ଉପଭୋକ୍ତା ଅର୍ଥ ସୂଚକାଙ୍କ, ସାକ୍ଷାରତା ହାର, ଜନ୍ମବେଳେ ସ୍ୱାସ୍ଥ୍ୟଗତ ଆକାଂକ୍ଷା, ବହୁମୁଖୀ ଗରିବୀ ଓ ସ୍ୱାସ୍ଥ୍ୟ ସୂଚକାଙ୍କ । ଏପରି ୭ଟି କ୍ୟାଟେଗୋରୀରେ ସର୍ଭେ କରାଯାଇ ସବୁଠୁ ଖୁସିର ରାଜ୍ୟ ତାଲିକା ପ୍ରକାଶ ପାଇଛି ।