ଦିଲ୍ଲୀରେ ସିବିଆଇ ସମନକୁ ବିରୋଧ କଲେ ତେଜସ୍ବୀ ଯାଦବ । ମୁଁ ପାଟନାରେ ରହୁଛି, ଦିଲ୍ଲୀରେ ସିବିଆଇ ସମନ କାହିଁକି? ଏଭଳି କିଛି ପ୍ରଶ୍ନ କରି ସିବିଆଇ ସମନକୁ ବିରୋଧ କରିଛନ୍ତି ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ଜମି ବଦଳରେ ଚାକିରି ଦେବା ଦୁର୍ନୀତି ମାମଲାରେ ସିବିଆଇ କରିଥିବା ସମନକୁ ରଦ୍ଦ କରିବା ଦାବିରେ ସେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ନିଜ ଆବେଦନରେ ତେଜସ୍ୱୀ କହିଛନ୍ତି, ମୁଁ ଯେତେବେଳେ ପାଟନାରେ ରହୁଛି ତେବେ ସିବିଆଇ ଦିଲ୍ଲୀରେ କାହିଁକି ସମନ ଜାରି କରୁଛି । ଧାରା ୧୬୦ ଅନୁଯାୟୀ ସମନ କେବଳ ସ୍ଥାନୀୟ ଅଧିକାର କ୍ଷେତ୍ରରେ ଜାରି କରାଯାଇପାରିବ । ତାଙ୍କୁ ଦିଲ୍ଲୀରେ ହାଜର ହେବାକୁ ନୋଟିସ ଜାରି କରି ସିବିଆଇ ଏହି ଆଇନର ଉଲ୍ଲଙ୍ଘନ କରିଥିବା ସେ କହିଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ