() ସକାଳୁ ସକାଳୁ ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କ ସମସ୍ୟା କମିବାର ନାଁ ନେଉନାହିଁ । ମନି ଲଣ୍ଡ୍ରିଙ୍ଗ ମାମଲାରେ ତାଙ୍କୁ ପ୍ରଥମେ ଗିରଫ କରାଯିବା ପରେ ସୋମବାର ସକାଳୁ ସକାଳୁ ତାଙ୍କ ବାସଭବନରେ ରେଡ୍ କରିଛି ଇଡି । ଦିଲ୍ଲୀ ସ୍ଥିତ ତାଙ୍କ ଘର ସହ ତାଙ୍କ ସମ୍ପର୍କିତ ଅନ୍ୟ ସ୍ଥାନରେ ମଧ୍ୟ ଏକକାଳୀନ ରେଡ୍ ଚାଲିଥିବା ସୂଚନା ରହିଛି । କୋଲକାତାସ୍ଥିତ କମ୍ପାନୀ ସହିତ ଜଡିତ ଆର୍ଥିକ କାରବାର ମାମଲାରେ ଜୁନ୍ ୯ ପର୍ୟ୍ୟନ୍ତ ଇଡି ହେପାଜତରେ ଥିବା ସତ୍ୟେନ୍ଦ୍ର ଜୈନଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଚଢାଉ କରିଛି । ଇଡି ଦଳ ବର୍ତ୍ତମାନ ସତ୍ୟେନ୍ଦ୍ର ଜୈନଙ୍କ ବାସଭବନ ଭିତରେ ଉପସ୍ଥିତ ଅଛନ୍ତି ଏବଂ ସର୍ଚ୍ଚ ଅପରେସନ୍ ଜାରି ରହିଛି ।https://thetopmost.in/ukraine-government-adopt-a-cat-from-war-ground/
https://thetopmost.in/tag/bharatiya-janata-party-bjp-mla-krishnendu-paul/
More Stories
ଓଡିଶା ଆସିଲେ ମୋହନ ଭାଗବତ୍, ବଦଳିପାରନ୍ତି ଓଡିଶା ବିଜେପି ସଭାପତି
ଏଥର ସିଧାସଳଖ ଜନତାଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ
ଏହି ସଂକେତ ଦ୍ବାରା ଜାଣନ୍ତୁ ନିଜର ସ୍ବାସ୍ଥ୍ୟ ଅବସ୍ଥା