ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ ମିଳିବା ପରେ ଆଇନରେ ପରିଣତ ହେଲା ଦିଲ୍ଲୀ ସର୍ଭିସେସ ବିଲ୍ ଓ ଡାଟା ପ୍ରୋଟେକ୍ସନ ବିଲ୍ । ପ୍ରଥମେ ଲୋକସଭା ଓ ପରେ ରାଜ୍ୟସଭାରେ ଗୃହୀତ ହୋଇଥିଲା ଏହି ଦୁଇ ବିଲ୍ । ଆଜି ରାଷ୍ଟ୍ରପତି ୪ଟି ବିଲ୍ ଉପରେ ମୋହର ମାରିଛନ୍ତି । ସେଗୁଡିକ ହେଲା ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକସନ ବିଲ, ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ସଂଶୋଧନ ବିଲ୍, ଜନ ବିଶ୍ବାସ ସଂଶୋଧନ ବିଲ୍, ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ ସଂଶୋଧନ ବିଲ୍ । ରାଜ୍ୟସଭାରେ ଦିଲ୍ଲୀ ସର୍ଭିସେସ ବିଲ୍ ସପକ୍ଷରେ ୧୩୧ଟି ଭୋଟ ପଡିଥିବାବେଳେ ବିପକ୍ଷରେ ପଡିଥିଲା ୧୦୨ଟି ଭୋଟ । ଏହି ଦୁଇ ବିଲକୁ ନେଇ ସଂସଦର ଉଭୟ ଗୃହରେ ବିତର୍କ ହୋଇଥିଲା । ଡାଟା ପ୍ରୋଟେକ୍ସନ ଆଇନ ଆଧାରରେ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକର ମନମାନି ଉପରେ ଲଗାମ ଲାଗିବ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍