ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା । ଚଳିତ ବର୍ଷ ଦୀପାବଳିରେ ମଧ୍ୟ ବାଣ ଫୁଟାଇବା ଉପରେ କଟକଣା ଲଗାଯାଇଛି । ଏହାସହ ବାଣ ବିକ୍ରୟ ଉପରେ ରୋକ୍ ଲଗାଯାଇଛି । ରାଜଧାନୀ ଦିଲ୍ଲୀରେ ଶୀତଦିନରେ ପ୍ରଦୂଷଣ ଅଧିକ ହେଉଥିବାରୁ ଏହାକୁ ଲକ୍ଷ୍ୟ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ପୂର୍ବ ବର୍ଷ ମଧ୍ୟ କଟକଣା ଲଗାଯାଇଥିଲା । ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ସୂଚନା ଦେଇଛନ୍ତି । ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ଦିଲ୍ଲୀର ହାରାହାରୀ AQI କମ ରହିଥାଏ । ଶୀତ ବଢ଼ିବା ସହ ବାୟୂ ପ୍ରଦୂଷଣ ମଧ୍ୟ ବଢ଼ିଥାଏ । ଏଣୁ ଚଳିତ ବର୍ଷ ଦୀପାବଳି ସମୟରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି କଟକଣା ଲଗାଯାଇଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍