ଗୁରୁବାର ଦିଲ୍ଲୀ ପୁଲିସ ଉପରେ ବର୍ଷିଛନ୍ତି ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ୍ ଓୱେସୀ। ତାଙ୍କ ନାମରେ ଏତଲା ରୁଜୁ ହେବା ଏବଂ ସେଥିରେ ସେ ଘଣା ସୃଷ୍ଟିକାରୀ ମନ୍ତବ୍ୟ ଦେଇଥିବା ଦର୍ଶାଯାଇଛି। ଏନେଇ ଓୱେସୀ ଲଗାତାର ସିରିଜ ଟ୍ୱିଟ୍ କରିବା ସହ ଦିଲ୍ଲୀ ପୁଲିସ ବିରୋଧରେ ବର୍ଷିଛନ୍ତି। ବିଜେପି ବିରୋଧରେ ଯିଏ ମୁହଁ ଖୋଲିଲା ସେ କଣ ଦେଶ ଦ୍ରୋହୀ ବୋଲି ଓୱେସୀ ପ୍ରଶ୍ନ କରିଛନ୍ତି। ଓୱେସୀ କହିଛନ୍ତି ଯେ, ମୁଁ ଏତଲାର ଏକ ଅଂଶ ପାଇଛି। ଏହା ହେଉଛି ପ୍ରଥମ ‘ଏଫ୍ଆଇଆର୍’ ଯାହା ମୁଁ ଦେଖିଛି। ହେଲେ ‘ଏଫ୍ଆଇଆର୍’ଟି ଅପରାଧ କ’ଣ, ତାହା ସ୍ପଷ୍ଟ ହେଉ ନାହିଁ। ମୁଁ ଏହାକୁ ନେଇ ଭୟଭୀତ ନୁହଁ। କେତେକ ସଙ୍ଗଠନକୁ ଉସୁକାଇବା ଏବଂ ଅସ୍ଥିରତା ସୃଷ୍ଟି କରିବା ଭଳି ପୁଲିସ ଏତଲା ଦେଇଛି।
ସେହିପରି ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ସମେତ ୯ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ୍ର ସ୍ପେଶାଲ୍ ସେଲ୍ର ସାଇବର ୟୁନିଟ୍। ଭିନ୍ନ ଭିନ୍ନ ଧର୍ମ ବିରୋଧରେ ଅଶୋଭନୀୟ ମନ୍ତବ୍ୟ ଦେଇ ଲୋକଙ୍କ ମଧ୍ୟରେ ଘୃଣାଭାବ ସୃଷ୍ଟି କରୁଥିବା ଅଭିଯୋଗରେ ଏହି ୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
ନୂପୁରଙ୍କ ବ୍ୟତୀତ ଆଉ ଯେଉଁମାନଙ୍କ ନାଁରେ ମାମଲା ରୁଜୁ ହୋଇଛି, ସେମାନେ ହେଉଛନ୍ତି- ବିଜେପିରୁ ବହିଷ୍କୃତ ନେତା ନବୀନ କୁମାର ଜିନ୍ଦଲ, ଶାଦବ ଚୌହାନ, ସାମ୍ବାଦିକ ସବା ନକଭୀ, ମୌଲାନା ମୁଫ୍ତୀ ନଦୀମ, ଅବଦୁଲ ରହମାନ, ଗୁଲଜାର ଅନ୍ସାରୀ, ଅନୀଲ କୁମାର ମୀନା ଓ ପୂଜା ଶକୁନ। ମାମଲା ରୁଜୁ କରି ପୁଲିସ୍ ତଦନ୍ତ ଆରମ୍ଭ କରିଛି। ଏକ ଟେଲିଭିଜନ ବିତର୍କରେ ଭାଗ ନେଇ ନୂପୁର ଶର୍ମା ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ଏହା ପରେ ବିବାଦ ବଢ଼ିଥିଲା। ସେଥିପାଇଁ ବିଦେଶରେ ମଧ୍ୟ ଭାରତକୁ ସମାଲୋଚିତ ହେବାକୁ ପଡ଼ିଛି। ବିଶେଷ କରି ମୁସ୍ଲିମ୍ ରାଷ୍ଟ୍ର ଗୁଡ଼ିକ ଏହି ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଜେପି ନୂପୁର ଶର୍ମାଙ୍କୁ ଦଳରୁ ନିଲମ୍ବିତ କରିଛି। ତେବେ ଏତିକି କାର୍ଯ୍ୟାନୁଷ୍ଠାନରେ କେହି ସନ୍ତୁଷ୍ଟ ନାହାନ୍ତି। ତାଙ୍କୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।
More Stories
ନବ ଦାସଙ୍କ ଭାଇ ଘରେ ଆୟକର ରେଡ୍
ଚିନ୍ତାରେ ଇଣ୍ଡି ମେଣ୍ଟ, ଦଳରେ ଚାଲିଛି ଗୋଳମାଳ
ଭାରତ ପାଇଁ ପରବର୍ତ୍ତୀ ରାସ୍ତା କଣ?