ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ସିବିବଆଇ ରେଡ୍ । ଏନେଇ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ମନୀଷ ସିସୋଦିୟା । ଏହାସହ ସେ ଏପରି କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ ମଧ୍ୟ କରିଛନ୍ତି । ଯିଏ ଭଲ କାମ କରେ ତା’ ବିରୋଧରେ ଏପରି ଷଡଯନ୍ତ୍ର ହୁଏ ବୋଲି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ମନୀଷ । ଆମେ ଦିଲ୍ଲୀ ପାଇଁ ନିଷ୍ଠାର ସହ କାମ କରୁଛୁ । ଏଠିକାର ଲକ୍ଷଲକ୍ଷ ପିଲାଙ୍କର ଭବିଷ୍ୟତ ଗଢୁଛୁ । ହେଲେ ଦୁର୍ଭାଗ୍ୟପୂର୍ଣ୍ଣ କଥା ହେଉଛି ଆମେ ଦେଶରେ ଯିଏ ଭଲ କାମ କରେ ତାକୁ ଏପରି ହଇରାଣ କରାଯାଏ । ଏଥିପାଇଁ ଆମ ଦେଶ ୧-ନମ୍ବର ହୋଇପାରୁନାହିଁ ବୋଲି କହିଛନ୍ତି ମନୀଷ ସିସୋଦିୟା । ‘ଦିଲ୍ଲୀରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ସବୁଠାରୁ ଭଲ ଭାବରେ କାମ କରୁଛି । ହେଲେ କିଛି ସ୍ୱାର୍ଥନ୍ୱେଷୀ ଲୋକ ଦିଲ୍ଲୀର ଏପରି ବିକାଶକୁ ସହି ପାରୁନାହାଁନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍