The Topmost

“The eyes believe themselves, the ears believe other people.”

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା । ପଚରାଉଚରା ପାଇଁ ମନୀଷ ସିସୋଦିଆଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ଇଡି । ସିସୋଦିଆଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା ଇଡି । କିନ୍ତୁ କୋର୍ଟ ସପ୍ତାହ ପାଇଁ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି । ଇଡି ଗୁରୁବାର ମନିଷଙ୍କୁ ଗିରଫ କରିବା ପରେ ଶୁକ୍ରବାର ରିମାଣ୍ଡ ପାଇଁ ଆବେଦନ କରିଥିଲା । ହେଲେ ଏହାକୁ ବିରୋଧ କରିଥିଲେ ସିସୋଦିଆଙ୍କ ଓକିଲ ଦୟାନ କ୍ରିଷ୍ଣା । ସିବିଆଇ ଏହି ମାମଲାରେ ତଦନ୍ତ କରୁଥିବା ବେଳେ ଆର୍ଥିକ କାରବାର ନେଇ କୌଣସି ପ୍ରମାଣ ନାହିଁ । ତେଣୁ ଇଡି ଏହି ମାମଲା ତଦନ୍ତ କରିପାରିବ ନାହିଁ ବୋଲି ସିସୋଦିଆଙ୍କ ଓକିଲ କୋର୍ଟକୁ କହିଥିଲେ । ହେଲେ ଏହି ମାମଲାରେ ସିସୋଦିଆଙ୍କ ସିଧାସଳଖ ସମ୍ପୃକ୍ତି ଥିବା କୋର୍ଟକୁ କହିଥିଲା ଇଡି ।

SHARE BY