ଜଳବାୟୁ ପରିବର୍ତ୍ତନ ସହ ବଢୁଛି ପ୍ରଦୂଷଣ । ବିଷବଳୟ ମଧ୍ୟରେ ରହିଛି ରାଜଧାନୀ ଦିଲ୍ଲୀ । ସେପଟେ କେବଳ ବାୟୁରେ ନୁହେଁ ଏବେ ଯମୁନା ନଦୀ ପାଣି ପ୍ରଦୂଷଣ ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଆମୋନିଆର ମାତ୍ରା ଦ୍ଧି ଯୋଗୁଁ ଯମୁନା ଜଳ ବିଷାକ୍ତ ହେଉଥିବା ବିଶେଷଜ୍ଞ ମାନେ ମତ ପ୍ରକାଶ କରୁଛନ୍ତି । ପ୍ରତିବର୍ଷ ଠିକ୍ ଏହି ସମୟରେ ହିଁ ନଦୀରେ ଏଭଳି ବିଷାକ୍ତ ଫେଣ ଦେଖିବାକୁ ମିଳେ । ଏହି ଫେଣ ବଡ଼ ବଡ଼ ବରଫ ଖଣ୍ଡର ଭ୍ରମ ସୃଷ୍ଟି କରୁଛି । ନଦୀକୁ ଦିଲ୍ଲୀ ସହରର ଆବର୍ଜନା ଅଧିକ ମାତ୍ରାରେ ପ୍ରବେଶ କରୁଥିବାରୁ ଏଭଳି ସ୍ଥିତି ଦେଖିବାକୁ ମିଳୁଛି ବୋଲି କହିଛନ୍ତି ପରିବେଶବିତ୍ । ନଦୀରୁ ଫେଣ କମାଇବାକୁ ଦିଲ୍ଲୀ ଜଳ ବୋର୍ଡ ପକ୍ଷରୁ କେମିକାଲ ସିଞ୍ଚନ କରାଯାଇଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ