ବିଜେପିର ଦୁଇ ଦିନିଆ ରାଷ୍ଟ୍ର କାର୍ଯ୍ୟକାରିଣୀ ବୈଠକ । ଆଜି ରାଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ମେଗା ଶୋ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶାଳ ରାଲିର ଆୟୋଜନ କରିଛି ବିଜେପି । ଆଜିଠାରୁ ଆରମ୍ଭ ହେବାକୁ ଥିବା ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଶୋ ଦିଲ୍ଲୀ ପଟେଲ ଚୌରୁ ସଂସଦ ମାର୍ଗ ଜୟସିଂହ ରୋଡ୍ ଜଙ୍କସନ୍ ପର୍ଯ୍ୟନ୍ତ କରାଯିବ । ଅପରାହ୍ନ ୩ଟାରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ ଅନୁଷ୍ଠିତ ହେବ । ଚଳିତ ବର୍ଷ ୧୦ଟି ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଣ ରହିବ ଦଳର ରଣନୀତି ଏନେଇ ବୈଠକରେ ଆଲୋନା ହେବ । ତେବେ ସବୁଠାରୁ ବଡ କଥା ହେଲା ପ୍ରଧାନମନ୍ତ୍ରୀ ଏହି ବୈଠକରେ ଯୋଗଦେଇ ନିଜେ ସବୁ ତଦାରଖ କରିବେ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ