The Topmost

“The eyes believe themselves, the ears believe other people.”

ଦିଲ୍ଲୀରେ ନିବେଶକ ସମ୍ମିଳନୀ ଆୟୋଜନ କରିଛି ଓଡ଼ିଶା

ଦିଲ୍ଲୀରେ ନିବେଶକ ସମ୍ମିଳନୀ ଆୟୋଜନ କରିଛି ଓଡ଼ିଶା । ୨୦୨୨ ମେକ୍ ଇନ୍ ଓଡ଼ିଶା କନକ୍ଳେଭକୁ ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏହି ଆୟୋଜନ କରାଯାଇଛି । ୩୦ରୁ ଅଧିକ ଦେଶର ରାଷ୍ଟ୍ରଦୂତ ଏବଂ ବିଭିନ୍ନ ଶିଳ୍ପସଂସ୍ଥାର ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି । ରାଜ୍ୟରେ ପୁଞ୍ଜି ନିବେଶର ସୁଯୋଗ ନେଇ ସମସ୍ତଙ୍କୁ ଅବଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ସମେତ ବରିଷ୍ଠ ଅଧିକାରୀ ଏଥିରେ ଯୋଗ ଦେଇଛନ୍ତି । ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ବା ଫିକି ସହଯୋଗରେ ଇଭେଷ୍ଟର୍ସ ମିଟ୍ ଆୟୋଜନ କରିଛନ୍ତି ରାଜ୍ୟ ସରକାର । ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାରେ ଦ୍ରୁତ ଅଭିବୃଦ୍ଧି ହେଉଛି । ୧୫ ବର୍ଷ ଧରି ରାଜ୍ୟର ଅଭିବୃଦ୍ଧି ଜାତୀୟ ହାର ଠାରୁ ଅଧିକ ରହିଛି । ପୂର୍ବ ଭାରତରେ ପ୍ରମୁଖ ଶିଳ୍ପ ହବ୍ ହେବାକୁ ଯାଉଛି ଓଡ଼ିଶା ।

SHARE BY