Monkeypox new disease dangerous over the world. Patient with Monkey Pox. Painful rash, red spots blisters on the hand. Close up rash, human hands with Health problem. Banner, copy space.

ଦିଲ୍ଲୀରେ ଆଉ ଜଣେ ମଙ୍କିପକ୍ସ ସନ୍ଦିଗ୍ଧ ହସପିଟାଲରେ ଭର୍ତ୍ତି; ଦେଶରେ ୪ଜଣଙ୍କ ଠାରେ ମଙ୍କିପକ୍ସ ଲକ୍ଷଣ ଚିହ୍ନଟ

ଦିଲ୍ଲୀରେ ଆଉ ଜଣେ ବ୍ୟକ୍ତିଙ୍କ ଠାରେ ଦେଖାଯାଇଛି ମଙ୍କିପକ୍ସର ଲକ୍ଷଣ । ତାଙ୍କୁ ଦିଲ୍ଲୀ ଏଲଏନଜେପି ହସ୍ପିଟାଲରେ ଚିକିତ୍ସା କରାଯାଉଛି । ବ୍ୟକ୍ତିଙ୍କ ଶରୀରରେ ଚକଡା ଚକଡା ପରି ଚିହ୍ନ ସୃଷ୍ଟି ହେବା ସହ ଜ୍ୱର ରହିଛି । ଉକ୍ତ ବ୍ୟକ୍ତିଙ୍କର ରକ୍ତ ନମୂନା ଟେଷ୍ଟ ପାଇଁ ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟଲୋଜିକୁ ପଠାଯାଇଛି । ତେବେ ଏହାକୁ ମିଶାଇ ଦେଶରେ ଏଯାଏଁ ୪ଜଣଙ୍କ ଠାରେ ମଙ୍କିପକ୍ସର ଲକ୍ଷଣ ସାମନାକୁ ଆସିଛି । ଏହି ଘଟଣା ପରେ ଅନ୍ୟ ସବୁ ରାଜ୍ୟକୁ ଆଲର୍ଟ ରହିବାକୁ କୁହାଯାଇଛି । ସୂଚନା ମୁତାବକ, ସନ୍ଦିଗ୍ଧ ରୋଗୀ ବିଦେଶ ଯାତ୍ରା କରି ଦେଶକୁ ଫେରିଛନ୍ତି । ଏକଥା ମଧ୍ୟ କୁହାଯାଉଛି ଯେ, ଦିଲ୍ଲୀରେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ପ୍ରଥମ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପରେ ଏହି ବ୍ୟକ୍ତି ଜଣକ ଶରୀରରେ ଯନ୍ତ୍ରଣା ହୋଇଥିବା ଅଭିଯୋଗ କରିଥିଲେ । ତେବେ ବର୍ତ୍ତମାନ ତାଙ୍କୁ ହସ୍ପିଟାଲରେ ଅବଜରଭେସନରେ ରଖାଯାଇଛି ।

SHARE BY