The Topmost

“The eyes believe themselves, the ears believe other people.”

ଦିବ୍ୟାଙ୍ଗ ବିମାନ ଯାତ୍ରୀଙ୍କୁ ଡାକ୍ତରୀ ଯାଞ୍ଚ୍ ବାଧ୍ୟତାମୂଳକ

ଡିଜିସିଏର ନୂଆ ନିୟମ । ବିମାନରେ ଯାତ୍ରା କରୁଥିବା ଦିବ୍ୟାଙ୍ଗ ଯାତ୍ରୀଙ୍କୁ ଏବେ ଡାକ୍ତରୀ ଯାଞ୍ଚ କରାଇବା ବାଧ୍ୟତାମୂଳକ । ଡିଜିସିଏ ପକ୍ଷରୁ ସମସ୍ତ ଏୟାରଲାଇନ୍‌ସକୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ସୂଚନା ଅନୁସାରେ କୌଣସି ଦିବ୍ୟାଙ୍ଗ ଯାତ୍ରୀଙ୍କୁ ବିନା ମେଡିକାଲ ଯାଞ୍ଚ କରି ବିମାନରେ ବସିବାକୁ ଦିଆଯାଇ ପାରିବନାହିଁ । ଯଦି ଏୟାରଲାଇନ୍‌କୁ ଲାଗୁଛି ଯେ ଦିବ୍ୟାଙ୍ଗ ଯାତ୍ରୀ ବିମାନରେ ବସିବା ସ୍ଥିତିରେ ନାହାନ୍ତି ଓ ଉଡ଼ାଣ ବେଳେ ସମସ୍ୟା ଉପୁଜିପାରେ । ତେବେ ଯାତ୍ରୀଙ୍କୁ ବିନା ଡାକ୍ତରୀ ଯାଞ୍ଚରେ ବିମାନରେ ବସାଇ ପାରିବେ ନାହିଁ । ଏ ନେଇ କମ୍ପାନୀକୁ ପ୍ରଥମରୁ ହିଁ ଏୟାରପୋର୍ଟରେ ଥିବା ଡାକ୍ତରଙ୍କ ଠାରୁ ପରାମର୍ଶ ନେବାକୁ ହେବ । ଏହି ଆଧାରରେ ହିଁ ସଠିକ୍‌ ନିଷ୍ପତ୍ତି ନିଆଯାଇପାରିବ ।