August 29, 2025

ଦିବ୍ୟାଙ୍ଗଙ୍କ ପାଇଁ କ୍ରୁଟ୍‌ର ଅଭିନବ ଯୋଜନା

ଦିବ୍ୟାଙ୍ଗଙ୍କ ପାଇଁ କ୍ରୁଟ୍ ଏକ ଅଭିନବ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି । ଏହି ଯୋଜନାରେ ଭୁବନେଶ୍ୱର ସହରରେ ଭିନ୍ନକ୍ଷମଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ରହିଥିବା ନୂତନ ଇଲେକ୍ଟ୍ରିକ୍ ବସ ଚଳାଚଳ କରିବ। ଏଥିରେ ସାଧାରଣ ଯାତ୍ରୀ ବି ଯାତାୟାତ କରିବା ବ୍ୟବସ୍ଥା କରାଯିବ। ଦିବ୍ୟାଙ୍ଗଙ୍କ ପାଇଁ ସାଧାରଣ ସିଟ୍‌କୁ ଛାଡ଼ି ସ୍ଵତନ୍ତ୍ର ସିଟ୍ ବ୍ୟବସ୍ଥା ରହିବ। ବସରେ ଚଢ଼ିବା ଓ ଓହ୍ଲାଇବା ପାଇଁ ଲିଫ୍ଟ ବ୍ୟବସ୍ଥା କରାଯିବ । ଜଣେ ଦିବ୍ୟାଙ୍ଗ ବିନା ସାହାରାରେ ସିଧାସଳଖ ଭାବେ ବସରେ ଚଢ଼ିପାରିବେ ଏବଂ ଓହ୍ଲାଇ ପାରିବେ। ପୂର୍ବରୁ କ୍ରୁଟ୍ ଚଲାଉଥିବା ବସଗୁଡ଼ିକରେ ଯଦିଓ ଭିନ୍ନକ୍ଷମଙ୍କ ନିମନ୍ତେ ଟିକେଟରେ ରହାତି ଓ ସ୍ୱତନ୍ତ୍ର ସିଟ୍ ବ୍ୟବସ୍ଥା ରହିଥିଲା ଏହା ଶତ ପ୍ରତିଶତ ସଫଳ ହେଉ ନ ଥିଲା । ବାହାର ରାଜ୍ୟ ଭଳି ଏଣିକି ଓଡ଼ିଶାରେ ସ୍ଵତନ୍ତ୍ର ଲିଫ୍ ବ୍ୟବସ୍ଥା ଥିବା ‘ଲୋ ସ୍କୋର୍‌ ବସ୍ ଚଳାଚଳ କରିବାକୁ ଯାଉଥିବା କୁଟ୍ର ଅପରେସନ୍ ହେଡ୍ ସଞ୍ଜୟ ବିଶ୍ଵାଳ ସୂଚନା ଦେଇଛନ୍ତି ।

SHARE BY