ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ଦିପାବଳୀ ପୂର୍ବରୁ ଦିଲ୍ଲୀରେ ଚିନ୍ତା ବଢାଇଛି ପ୍ରଦୂଷଣ। ଜାହାଙ୍ଗୀରପୁରାରେ ୫୩୦, ଆନନ୍ଦ ବିହାରରେ ୫୦୦, ରୋହିଣୀରେ ୪୨୫ ଏକ୍ୟୁଆଇ ରେକର୍ଡ କରାଯାଇଛି। ଲୋଧିରୋଡରେ ୩୦୦, ନୋଏଡା ଏବଂ ମଥୁରାରେ ୩୦୭ ଓ ୩୨୦, ଧୀରପୁରରେ ୪୦୪ ରେକର୍ଡ ହୋଇଛି । ସ୍ଥିତି ବିଗୁଡୁଥିବରୁ ଲୋକଙ୍କୁ ମାସ୍କ ପିନ୍ଧି ବାହାରିବାକୁ କୁହାଯାଇଛି । କେବଳ ଦିଲ୍ଲୀ ନୁହଁ ଏହାର ପାଖାପାଖି ସ୍ଥାନରେ ୪ ଦିନ ଧରି ବାୟୁର ଗୁଣବତ୍ତା ଖରାପ ହେବାରେ ଲାଗିଛି।ଗତକାଲି ସତ୍ୟବାଦୀ କଲେଜ ଅଂଚଳରେ ସର୍ବାଧିକ ୯୯୯ ଏକ୍ୟୁଆଇ ରେକର୍ଡ କରାଯାଇଥିଲା। ବିଭିନ୍ନ ସ୍ଥାନରେ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି । ପୂର୍ବରୁ ରେଡ୍ ଲାଇଟ ଅନ୍ ଗାଡି ଅଫ୍ ନୀତି ଲାଗୁ କରିଛନ୍ତି ଦିଲ୍ଲୀ ସରକାର। ଏହାସହ କିଛି ସ୍ଥାନରେ ନିର୍ମାଣ କାର୍ଯ୍ୟ ମଧ୍ୟ ବନ୍ଦ କରିଛନ୍ତି ଦିଲ୍ଲୀ ସରକାର।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ