ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି । ଏନେଇ ପୋଲିସ ରିଜର୍ଭ ପଡ଼ିଆରେ କରାଯାଇଛି ମକଡ୍ରିଲ । ଏଡିଜି ନିଜେ ଏହି ମକଡ୍ରିଲ ସମୀକ୍ଷା କରିଥିବା ବେଳେ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିଛନ୍ତି । ରଥଯାତ୍ରା ଭଳି ଅବିକଳ ରଥଯାତ୍ରାର ଡେମୋ କରାଯାଇଛି । ସୁରକ୍ଷିତ ରଥଟଣା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅଭ୍ୟାସ କରାଯାଇଛି । ଏଥିରେ ସାମିଲ ହୋଇଛନ୍ତି ପୋଲିସ ଓ ପାରା ମିଲିଟାରୀ ଫୋର୍ସ । ଅନ୍ୟପଟେ ଅଣସର ଘରେ ସୁସ୍ଥ ପରେ ମହାପ୍ରଭୁଙ୍କର ଆଜି ବନକଲାଗି ନୀତି । ଆସନ୍ତାକାଲି ସକାଳୁ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ କରିବେ ଭକ୍ତ । ଦତ ମହାପାତ୍ର ସେବାୟତଙ୍କ ଦ୍ୱାରା ଏହି ନୀତି ସମ୍ପନ୍ନ ହେବ । ଆସନ୍ତାକାଲି ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ରହିଥିବାରୁ ସକାଳ ୬ଟାରେ ଚକାଅପସର, ୬ଟା ୧୦ରେ ମଙ୍ଗଳ ଆଳତୀ, ମଇଲମ, ଅବକାଶ ଓ ସାଢ଼େ ୭ଟାରେ ଦଶଅବତାର ଠାକୁର ବାହୁଡ଼ା ବିଜେ, ସକାଳ ୮ଟାରେ ଅଣସର ତାଟି ଓ ପଟିଦିଅଁ ବିସର୍ଜନ ତାପରେ ଆରମ୍ଭ ହେବ ଭିତରକାଠ ନିକଟରେ ପରମାଣିକ ଦର୍ଶନ ୯ଟା ପର୍ଯ୍ୟନ୍ତ ହେବ । ଏବଂ ୯ଟା ଠାରୁ ୧୧ ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ହେବ ।
“The eyes believe themselves, the ears believe other people.”
More Stories
ପ୍ୟାଣ୍ଟ ପଛ ପକେଟରେ ପର୍ସ ରଖୁଛନ୍ତି କି..
12ଟି ରାଶି ଉପରେ କଣ ରହିବ ମହାଶିବରାତ୍ରିର ପ୍ରଭବ
ଜାଣନ୍ତୁ ଶିବରାତ୍ରିର ପୂଜା ବିଧି, ମନ୍ତ୍ର, ସମୟ, ଉପବାସର ସମ୍ପୂର୍ଣ୍ଣ ନିୟମ