The Topmost

“The eyes believe themselves, the ears believe other people.”

ଦିନକ ପରେ ବଜେଟ

ଦିନକ ପରେ ବଜେଟ । ନିର୍ବାଚନକାଳୀନ ବଜେଟ ଉପରେ ସାରା ଦେଶବାସୀଙ୍କ ପ୍ରତୀକ୍ଷା । ସେପଟେ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ଶେଷ ବଜେଟକୁ ନେଇ ବୈଠକରେ ହେବ ଆଲୋଚନା । ଆସନ୍ତା ଏପ୍ରିଲ-ମେ ମାସରେ ସାଧାରଣ ନିର୍ବାଚନ ସମ୍ଭାବନା ଥିବାବେଳେ ଫେବ୍ରୁଆରୀ ୧ ତାରିଖର ଅନ୍ତରୀଣ ବଜେଟ ନେଇ ଚାଲିଛି କଳ୍ପନାଜଳ୍ପନା । ବଜେଟ ଲାଗି ଗତ ବୁଧବାର ଅନୁଷ୍ଠିତ ହୋଇଥିଲା ହାଲୁଆ ସେରିମନି । ସେପଟେ ଆଗକୁ ନିର୍ବାଚନ ଥିବାରୁ ବିଶେଷ କରି ଭିତ୍ତିଭୂମିର ବିକାଶ, କର୍ମନିଯୁକ୍ତିକୁ ଫୋକସ ଦେବା ସହ ଆୟକର ସୀମା ଅପରିବର୍ତ୍ତିତ ରଖିପାରନ୍ତି ସରକାର । ସେହିପରି ଗ୍ରୀନ ଏନର୍ଜିକୁ ଦିଆଯାଇପାରେ ଗୁରୁତ୍ବ । ଷଷ୍ଠଥର ପାଇଁ ଲଗାତାର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।