ଲିଭୁନି ମଣିପୁର ନିଆଁ । ଦିନକୁ ଦିନ ଉଗ୍ର ହେଉଛି ସଂଘର୍ଷ । ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକଙ୍କ ଘର ଜଳାଇ ଦିଆଯାଇଛି । ମଣିପୁରରେ ଦୀର୍ଘମାସ ଧରି ଜାରି ରହିଥିବା ହିଂସା ଯୋଗୁ ଲୋକଙ୍କ ପଳାୟନ ମଧ୍ୟ ଆରମ୍ଭ ହୋଇଯାଇଛି । ଆଖି ଆଗରେ ସର୍ବସ୍ବ ଧ୍ବଂସ ହୋଇଯିବା ପରେ, ଆତ୍ମୀୟଙ୍କୁ ହରାଇବା ପରେ ଅନ୍ୟ ରାଜ୍ୟରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଛନ୍ତି । ସେପଟେ ପୂର୍ବୋତ୍ତର ରାଜ୍ୟରେ ଶାନ୍ତି ସ୍ଥାପନା ପାଇଁ ସେନା ପକ୍ଷରୁ ଭିଡିଓ ଜାରି କରାଯାଇ ଅପିଲ କରାଯାଇଛି । ହିଂସା ଗ୍ରସ୍ତ ରାଜ୍ୟରେ ଶାନ୍ତି ଓ ସାମାନ୍ୟ ସ୍ଥିତି ଫେରାଇ ଆଣିବାକୁ ସ୍ଥାନୀୟ ଲୋକଙ୍କ ସମର୍ଥନ ଲୋଡିଛି ଆର୍ମି । ମହିଳା କର୍ମକର୍ତ୍ତାମାନେ ଜାଣିଶୁଣି ରାସ୍ତା ଅବରୋଧ କରିବା ସହ ସୁରକ୍ଷାବଳର ଅପରେସନରେ ବାଧା ସୃଷ୍ଟି କରୁଛନ୍ତି । ଧନ ଜୀବନର ରକ୍ଷା ପାଇଁ ସବୁ ବର୍ଗର ଲୋକ ସେନାକୁ ସହଯୋଗ କରିବାକୁ ଅପିଲ କରାଯାଇଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ