The Topmost

“The eyes believe themselves, the ears believe other people.”

ଦିନକରେ ୧୦ ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ

ଦେଶରେ ପୁଣି ବଢିଲା କରୋନା ସଂକ୍ରମଣ । ଦୀର୍ଘ ଦିନ ପରେ ଦେଶରେ ୧୦ ହଜାରରୁ ଉର୍ଦ୍ଧ୍ବ ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଣ୍ଟାରେ ଦେଶରେ ୧୦,୧୫୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ସପ୍ତାହେ ହେବ ଦେଶରେ କରୋନା ସଂକ୍ରମଣ ବଢିଚାଲିଛି । ତେବେ ଆଗାମୀ କିଛି ଦିନ ମଧ୍ୟରେ ଏହି ସଂକ୍ରମଣ ପିକ୍ ଛୁଇଁ ପୁଣି ଖସିବ । ଏବେ ଦେଶରେ ୪୪,୯୯୮ ଜଣ କରୋନା ସଂକ୍ରମିତଙ୍କର ଚିକିତ୍ସା ଚାଲିଛି । ଦୀର୍ଘ ୨୩୦ ଦିନ ପରେ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୯ ଜଣ ମୃତ୍ୟୁବରଣ କରିଛନ୍ତି । ତେଣୁ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି ।