ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟରେ ମାଓବାଦୀମାନେ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛନ୍ତି। ସେମାନେ ଯବାନମାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଆଇଇଡି ବୋମା ବିସ୍ଫୋରଣ କରୁଛନ୍ତି। ଏଥିରେ ଯବାନ ଆହତ ହେଉଥିବା ବେଳେ ଜନସାଧାରଣ ମଧ୍ୟ ଆହତ ହେଉଛନ୍ତି। ଦାନ୍ତେୱାଡା ଜିଲ୍ଲାରେ ଲାଲ ତାଣ୍ଡବ ଦେଖିବାକୁ ମିଳିଛି। ଭାଂସୀ ଥାନା ଅଞ୍ଚଳରେ ରାସ୍ତା କାମ ପାଇଁ ନିୟୋଜିତ ହୋଇଥିବା ୧୪ଟି ଗାଡ଼ିକୁ ମାଓବାଦୀମାନେ ଜାଳି ଦେଇଛନ୍ତି । ଭାଂସୀ ଥାନା ଠାରୁ ୨ କିଲୋମିଟର ଦୂରରେ ରାସ୍ତା ନିର୍ମାଣ କରାଯାଉଥିଲା। ରାତିରେ ଠିକାସଂସ୍ଥାର ଶିବିର ନିକଟରେ ୪ଟି ହାଇୱା, ୪ଟି ପକଅପ୍, ଗୋଟିଏ ଜେସିବି, ଗୋଟିଏ କ୍ରେନ, ଗୋଟିଏ ସିଫ୍ଟର ଟ୍ରକ, ଦୁଇଟି ପାଣି ଟ୍ୟାଙ୍କର ଓ ଗୋଟିଏ ମିକ୍ସର ମେସିନ ଗାଡ଼ି ରହିଥିଲା। ଗତକାଲି ରାତି ପ୍ରାୟ ୧ଟା ବେଳକୁ ୩୦ରୁ ଅଧିକ ମାଓବାଦୀ ଠିକାଦାର ଶିବିର ନିକଟକୁ ଆସିଥିଲେ। ସେଥିରୁ କେତେ ଜଣ ମାଓବାଦୀ ପୋଷାକ ପିନ୍ଧି ଅସ୍ତ୍ରଶସ୍ତ୍ର ଧରିଥିବା ବେଳେ ଆଉ କିଛି ଗ୍ରାମୀଣ ବେଶରେ ଥିଲେ। ସେଠାରେ ଥିବା ୧୪ଟି ଗାଡ଼ିର ତେଲ ଟାଙ୍କିକୁ ଭାଙ୍ଗି ଦେଇ ସେଥିରେ ମାଓବାଦୀମାନେ ନିଆଁ ଲଗାଇ ଦେଇଥିଲେ। କିଛି ସମୟ ରହିବା ପରେ ନିକଟ ଜଙ୍ଗଲ ଭିତରକୁ ମାଓବାଦୀମାନେ ପଳାଇଥିଲେ। ସୂଚନା ପାଇ ଭାଂସୀ ଥାନା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହାପରେ ପୁଲିସ ଓ ଡିଆରଜି ଯବାନମାନେ ସର୍ଚ୍ଚ ଅପରେସନରେ ଯାଇଥିବା ନେଇ ଅତିରିକ୍ତ ଏସପି ଆର୍.କେ. ବର୍ମନ ସୂଚନା ଦେଇଛନ୍ତି।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ