ଦଶପଲ୍ଲା ରେଳଷ୍ଟେସନର ହେଲା ଲୋକାର୍ପଣ । ଲୋକେ ଏଣିକି ଦଶପଲ୍ଲା ଯାଏଁ ଟ୍ରେନରେ ଯାଇପାରିବେ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବହୁ ପ୍ରତିକ୍ଷିତ ଦଶପଲ୍ଲା ରେଳଷ୍ଟେସନର ଲୋକାର୍ପଣ କରିଛନ୍ତି । ଏଥିସହ ଟ୍ରେନ ଚଳାଚଳର ଶୁଭାରମ୍ଭ ବି ହୋଇଛି । ଦଶପଲ୍ଲାକୁ ଏଣିକି ଦୈନିକ ୪ଟି ଟ୍ରେନ ଚାଲିବ । ଏଥିମଧ୍ୟରୁ ୨ଟି ପାସେଞ୍ଜର ଟ୍ରେନ ଥିବାବେଳେ ଗୋଟିଏ ଏକ୍ସପ୍ରେସ ଓ ଗୋଟିଏ ମେମୁ ଟ୍ରେନ ରହିଛି । କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି, ଦଶପଲ୍ଲାରେ ଖୁବ ଶୀଘ୍ର ସଂରକ୍ଷଣ କାଉଣ୍ଟର ବି ଖୋଲିବ । ପୂର୍ବରୁ ଖୋର୍ଦ୍ଧା-ନୂଆଗାଁ ମଧ୍ୟରେ ୯୨ କିଲୋମିଟର ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା । ଏବେ ଦଶପଲ୍ଲା ଯାଏଁ ଆଉ ୧୫ କିଲୋମିଟର ମଧ୍ୟରେ ଟ୍ରେନ ଚଳାଚଳ ହୋଇଛି । ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ବଲାଙ୍ଗୀରକୁ ଖୁବଶୀଘ୍ର ଟ୍ରେନ ଚାଲିବ । ଏହାକୁ କୌଣସି ବାଧା ଅଟକାଇପାରିବ ନାହିଁ । କାମ କରିବାବେଳେ କୌଣସି ରାଜନୀତି କରାଯିବ ନାହିଁ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା