ତେଲେଙ୍ଗାନାରେ ସରିଲା କଂଗ୍ରେସ ମେଳି । ଦୁଇ ଦିନ ଧରି ଚାଲିଥିବା କଂଗ୍ରେସ କାର୍ଯ୍ୟକାରୀଣି କମିଟି ବୈଠକ ଶେଷ ହୋଇଛି । ଆଗକୁ ୨୦୨୪ ଲୋକସଭା ନିର୍ବାଚନ ସହ ୫ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ବିଜେପି ସରକାରଙ୍କୁ ମାତ ଦେବାକୁ ବୈଠକରେ ଚର୍ଚ୍ଚା ହୋଇଛି । ସୂଚନା ଅନୁସାରେ ଦଳ ସଂରକ୍ଷଣକୁ ନେଇ ମାଷ୍ଟରଷ୍ଟ୍ରୋକ ଖେଳିବାକୁ ଚାହୁଁଛି ଓ ଦଳିତଙ୍କ ଭୋଟ ଉପରେ ଅଧିକ ଫୋକସ କରୁଛି । ଚର୍ଚ୍ଚା ହେଉଛି ସିଡବ୍ଲୁସି ବୈଠକ କରି ତେଲେଙ୍ଗାନାରୁ ଶଂଖନାଦ କରିଛି ସୋନିଆ ବାହୀନୀ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସରକାରଙ୍କୁ କଳେବଳେ କୌଶଳେ ମାତ ଦେବାକୁ କଂଗ୍ରେସ କରୁଛି ଜୋରଦାର ପ୍ରସ୍ତୁତି । କିଭଳି ବିଜେପିର ବିଜୟ ରଥକୁ ରୋକାଯିବ ସେନେଇ ହାଇଦ୍ରାବାଦରେ ବସିଥିବା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି । ଦଳର ଫୋକସରେ ରହିଛି ଜାତି ସମୀକରଣ । ଜାତିଗତ ଜନଗଣନା,ଦଳିତ, ଆଦିବାସୀ, ଓବିସି ସଂରକ୍ଷଣ ସୀମା ବୃଦ୍ଧି ଉପରେ ବରିଷ୍ଠ ନେତା ନିଜର ନିଜର ମତାମତ ରଖିଥିବା ଜଣାପଡିଛି ।
“The eyes believe themselves, the ears believe other people.”
More Stories
କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ, ଲାଗିଛି ବ୍ୟାପକ ପ୍ରସ୍ତୁତି
କଥା ରଖିଲେ ମୋହନ, ଶ୍ରୀମନ୍ଦିରକୁ 500 କୋଟିର କର୍ପସ ପାଣ୍ଠି ମଞ୍ଜୁର
ସବୁଠୁ ବଡ ସମସ୍ୟା ମହିଳାଙ୍କ ସୁରକ୍ଷା- ସୁପ୍ରିୟା ଶ୍ରୀନେତ