The Topmost

“The eyes believe themselves, the ears believe other people.”

ଦଳର ନାମ ଲୋକ ସ୍ଥିର କରିବେ: ଆଜାଦ

ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ନୂଆ ରାଜନୈତିକ ଯାତ୍ରା ଆରମ୍ଭ । ଜମ୍ମୁର ସୈନିକ ପଡ଼ିଆରେ ସମର୍ଥକମାନଙ୍କୁ ଉଦ୍‌ବୋଧନ ଦେଇ ଆଜାଦ କହିଥିଲେ ଯେ, ସେ ଜମ୍ମୁ-କାଶ୍ମୀରର ଲୋକଙ୍କ ସହିତ ଅଛନ୍ତି । ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୩ ବର୍ଷୀୟ ଆଜାଦ ଗତ ସପ୍ତାହରେ କହିଥିଲେ ଯେ ସେ ଖୁବ୍‌ଶୀଘ୍ର ଏକ ନୂଆ ରାଜନୈତିକ ଦଳ ଆରମ୍ଭ କରିବେ । ଏହାର ପ୍ରଥମ ୟୁନିଟ ଜମ୍ମୁ-କାଶ୍ମୀରରୁ ଆରମ୍ଭ ହେବ ଯେଉଁଠି ଆଗକୁ ନିର୍ବାଚନ ହେବାର ଅଛି । ରବିବାର ଆଜାଦ ରାଲିସ୍ଥଳକୁ ଗଲାବେଳେ ସ୍ଥାନୀୟ ଅଂଚଳର ହଜାର ହଜାର ଜନତା ତାଙ୍କୁ ଜୋରଦାର ସ୍ବାଗତ କରିଥିଲେ । ଆଜାଦ ହାତ ହଲାଇ ସେ ସମର୍ଥକମାନଙ୍କୁ କୃତଜ୍ଞତା ଜଣାଇଥିଲେ । ରାଲିସ୍ଥଳରେ ସେ ସହଯୋଗୀ ଓ ସମର୍ଥକମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏବଂକହିଥିଲେ ଯେ ସେ ତାଙ୍କ ଦଳର ନାଁ ଏଯାଏ ସ୍ଥିର କରିନାହାନ୍ତି । ଜମ୍ମୁ-କାଶ୍ମୀରର ଜନସାଧାରଣ ଏହି ଦଳର ନାଁ ଓ ପତାକା କ’ଣ ହେବ ତାହା ସ୍ଥିର କରିବେ । ତେବେ ସେ ଦଳର ଏକ ହିନ୍ଦୁସ୍ତାନୀ ନାଁ ଦେବାକୁ ଚାହାନ୍ତି, ଯାହାକୁ ସବୁ ଲୋକ ବୁଝିପାରିବେ ।