ବିଜେଡିରୁ ବିଦା ହେଲେ ରଘୁରାମ ମାଛ । ଦଳ ବିରୋଧୀ କାର୍ଯ୍ୟ ପାଇଁ କୋରାପୁଟ ନିର୍ବାଚନ ମଣ୍ଡଳୀର ବିଜେଡି ନେତା ରଘୁରାମ ମାଛଙ୍କୁ ବିଜେଡିରୁ ବହିଷ୍କୃତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସଂପାଦକ ମାନସ ମଙ୍ଗରାଜ । ଦଳରେ ରହି ଦଳ ବିରୋଧୀ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ, ବିଜେଡି ନେତା ରଘୁରାମ ମାଛଙ୍କୁ ଦଳରୁ ବହିସ୍କାର କରିଛନ୍ତି । ସେ ଗତ କିଛି ମାସ ହେବ ଦଳୀୟ ବିଧାୟକ ଓ ନେତା ମାନଙ୍କ ବିରୁଦ୍ଧରେ କଟୁ ମନ୍ତବ୍ୟ ଦେବା ସହ ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ରହିଥିଲେ । ଅନେକ ସମୟରେ ଦଳ ବିରୋଧରେ ଯାଇ କାର୍ଯ୍ୟ କରୁଥିଲେ, ତେଣୁ ବିଜେଡି ସୁପ୍ରିମୋ ଆଜି ଏପରି ନିଷ୍ପତି ନେଇଥିବା ଜଣା ପଡ଼ିଛି।
“The eyes believe themselves, the ears believe other people.”
More Stories
କଣ ଏହି ୱାକଫ୍, କାହିଁକି ଧରିଛି ଚର୍ଚ୍ଚା
ଭିତରେ ଘମାଘୋଟ ଲଢେଇ ବାହାରେ ରଫା ଦଫା
ଲୋକଙ୍କ ଦୁଃଖ ଶୁଣିଲେ ମୋହନ