The Topmost

“The eyes believe themselves, the ears believe other people.”

ଦମ୍ପତିଙ୍କଠାରୁ ୪୫ଟି ବନ୍ଧୁକ ଜବତ

ଭାରତୀୟ ଦମ୍ପତିଙ୍କଠାରୁ ୪୫ଟି ବନ୍ଧୁକ ଜବତ । ଦିଲ୍ଲୀରେ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦମ୍ପତିଙ୍କ ଠାରୁ ଏହିସବୁ ବନ୍ଧୁକ ଜବତ କରିଛି କଷ୍ଟମ୍ ବିଭାଗ । ତେବେ ଜବତ ବନ୍ଧୁକ ଗୁଡ଼ିକ ଅସଲି ହୋଇଥିବାବେଳେ ଏନ.ଏସ.ଜି ଏହି ମାମଲାର ତଦନ୍ତ କରୁଛି । ଜବତ ୪୫ଟି ବନ୍ଧୁକର ଦାମ ୨୨ ଲକ୍ଷ ୫୦ ହଜାର ହେବ ବୋଲି ଜଣାପଡ଼ିଛି । ହେଲେ ଦମ୍ପତି ଏତେ ପରିମାଣର ବନ୍ଧୁକ କାହିଁକି ଆଣିଥିଲେ ତାହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣାକୁ ନେଇ ଦମ୍ପତିଙ୍କୁ ପଚରାଉଚରା ଜାରି ରହିଥିବା ବେଳେ ଏହା ପଛରେ ବଡ଼ ରାକେଟ୍ କାମ କରୁଛି ବୋଲି ସନ୍ଦେହ କରାଯାଉଛି । ଦମ୍ପତିଙ୍କ ନାଁ ଜଗଜିତ ସିଂହ ଏବଂ ଯଶମିନ୍ଦର କୌର । ଏମାନେ ଫ୍ରାନ୍ସର ପ୍ୟାରିସରୁ ଆସି ଭିଏତନାମରେ ଓହ୍ଲାଇଥିଲେ । ସେଠାରେ ଭାଇ ମନଜୀତ୍ ସିଂହ ୨ଟି ଯାକ ବ୍ୟାଗ୍ ତାଙ୍କୁ ଦେଇଥିଲେ । ସେଠାରୁ ଏହାକୁ ସେମାନେ ଭାରତ ଆଣିଥିଲେ ।