The Topmost

“The eyes believe themselves, the ears believe other people.”

ଦକ୍ଷିଣ ଇରାନରେ ଆକସ୍ମିକ ବନ୍ୟା ଯୋଗୁଁ ଗଲା ୨୧ ଜୀବନ

ଖୁବ୍ କମ୍ ସମୟରେ ମାତ୍ରାଧିକ ବର୍ଷା ଯୋଗୁଁ ଇରାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଦକ୍ଷିଣାଞ୍ଚଳରେ ଅବସ୍ଥିତ ମରୁଡ଼ି ପ୍ରପୀଡ଼ିତ ଫାର୍‌ସ୍‌ ପ୍ରଦେଶରେ ଆକସ୍ମିକ ବନ୍ୟା ଆସିବାରୁ ୨୧ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏସ୍ତାବାନ୍‌ ନଗରୀର ଗଭର୍ଣ୍ଣର୍‌ ୟୁସେପ୍‌ କାରେଗର୍‌ଙ୍କ କହିବା ଅନୁସାରେ ଅତି ପ୍ରବଳ ବର୍ଷା କାରଣରୁ ଏସ୍ତାବାନ୍‌ ନଗରୀ ପାଖ ଦେଇ ପ୍ରବାହିତ ରୌଦ୍‌ବାଲ୍‌ ନଦୀରେ ବଢ଼ି ଆସିଗଲା । ଆକସ୍ମିକ ବନ୍ୟା ଯୋଗୁଁ ପାଣି ଘେରରେ ଫସି ରହିଥିବା ୫୫ଜଣ ବ୍ୟକ୍ତିଙ୍କୁ ଉଦ୍ଧାରକାରୀ ଦଳ ଉଦ୍ଧାର କରିଛନ୍ତି । କିନ୍ତୁ ଏବେ ବି ଆହୁରି ୬ଜଣ ଲୋକଙ୍କର ପତ୍ତା ମିଳୁନି । ବନ୍ୟା ଯୋଗୁଁ ପ୍ରଦେଶର ୧୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି । ବନ୍ୟାରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଇରାନ୍‌ର ଗୃହମନ୍ତ୍ରୀ ଅହମଦ୍‌ ୱହିଦି ସମବେଦନା ଜ୍ଞାପନ କରିଛନ୍ତି ।