ଓଡ଼ିଶା ପୁଲିସରେ ପ୍ରଥମଥର ଏସ୍ଆଇରୁ ଇନ୍ସ୍ପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଥିବା ଥାନାବାବୁଙ୍କୁ ଥାନା ଚଳାଇବାର ତାଲିମ୍ ଦିଆଯିବ । ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମିରେ ଏହି ତାଲିମ ଦିଆଯିବାକୁ ଥିବାବେଳେ ଏଥିପାଇଁ ୧୨୯ ଜଣ ଅଧିକାରୀଙ୍କ ନାମ ତାଲିକା ପ୍ରସ୍ତୁତ କରାଯାଇଛି । ପୂର୍ବରୁ ସିଧାସଳଖ ଏସ୍ଆଇ ଭାବେ ନିଯୁକ୍ତ ଅଫିସର ତାଙ୍କ ଚାକିରି କାଳରେ ନିଯୁକ୍ତି ସମୟରେ ହିଁ ଥରେମାତ୍ର ତାଲିମ୍ ନେଉଥିଲେ । ତା’ପରେ ସେମାନଙ୍କୁ ଆଉ କୌଣସି ପ୍ରକାର ତାଲିମ୍ ଦିଆଯାଉ ନଥିଲା। ଏବେ କମ୍ ସମୟ ଭିତରେ ଇନ୍ସ୍ପେକ୍ଟର ପଦୋନ୍ନତି ହେଉଥିବାରୁ ଥାନା ପରିଚାଳନା ନେଇ ଦକ୍ଷତାର ଅଭାବ ରହୁଛି । ଏହାର ପ୍ରଭାବ ତଦନ୍ତ ପ୍ରକ୍ରିୟା ଉପରେ ପଡ଼ୁଛି । ଏହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ତାଲିମ୍ ଦେବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା