The Topmost

“The eyes believe themselves, the ears believe other people.”

ଥମୁନି ମୁଦ୍ରା ରାଜନୀତି, ପିଏମ୍ ଙ୍କୁ ଦିଲ୍ଲୀ ସିଏମ୍ ଙ୍କ ଚିଠି

ଦାବି ପରେ ବିଧିବଦ୍ଧ ଚିଠି ଲେଖିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଭାରତୀୟ ମୁଦ୍ରାରେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ରଖିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକ ଚିଠି ଲେଖି ଅବଗତ କରାଇଛନ୍ତି । ଏନେଇ କେଜ୍ରିୱାଲ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି । କେଜ୍ରିୱାଲ ଚିଠିରେ ଲେଖିଛନ୍ତି ଯେ, ଆଦରଣୀୟ ପ୍ରଧାନମନ୍ତ୍ରୀ, ଦେଶର ୧୩୦ କୋଟି ଲୋକଙ୍କର ଇଚ୍ଛା ଯେ ଭାରତୀୟ ମୁଦ୍ରାରେ ମହାତ୍ମା ଗାନ୍ଧୀଙ୍କ ଫଟୋ ସହ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ରଖାଯାଉ । ଆଜି ଦେଶର ଅର୍ଥ ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ ହୋଇପଡିଛି । ସ୍ୱାଧୀନତାର ୭୫ ବର୍ଷ ପରେ ଭାରତ ବିକାସଶୀଳ ଓ ଗରିବ ରାଷ୍ଟ୍ର ତାଲିକାରେ ଗଣନା ହେଉଛି । ଏହାର ସୁଧାର ଆଣିବାକୁ ଭାରତୀୟମାନଙ୍କୁ କଠିନ ପରିଶ୍ରମ କରିବା ସହ ଭଗବାନଙ୍କର ଆର୍ଶିବାଦ ବି ଦରକାର । ଏଣୁ ମୁଦ୍ରାରେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ରଖାଯାଉ ବୋଲି ସେ ତାଙ୍କ ଚିଠିରେ ଲେଖିଛନ୍ତି ।