ଥମିବାର ନାଁ ନେଉନାହିଁ ମଣିପୁର ହିଂସା । କୁକି ଓ ମୈତୀ ସମ୍ପ୍ରଦାୟ ମଧ୍ୟରେ ଲଗାତର ଗୁଳିବିନିମୟ ଜାରି ରହିଛି । ଫଳରେ ଗତ ୭୨ ଘଣ୍ଟାରେ ୮ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ସେହିପରି ୧୮ ଜଣ ଆହତ ମଧ୍ୟ ହୋଇଛନ୍ତି । ବିଷ୍ଣୁପୁର ଜିଲ୍ଲାର ଖୋଇରାଣ୍ଟକର ପାଦଦେଶ ଓ ଚୁରାଚାନ୍ଦପୁର ଜିଲ୍ଲାର ଚିଙ୍ଗାପେଇ ଓ ଖୌସାବୁଙ୍ଗ ଅଞ୍ଚଳରେ ଏହି ଗୁଳି ବିନିୟମ ହୋଇଛି । ଅଧିକାରୀ ଜଣକ କହିଛନ୍ତି, ମଙ୍ଗଳବାର ଖୋଇରାଣ୍ଟକ ଅଞ୍ଚଳରେ ପ୍ରବଳ ଗୁଳିବିନିମୟ ପରେ ଜଣେ ୩୦ ବର୍ଷୀୟ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ ହୋଇଥିଲା । ଯାହା ପରେ ହିଂସା ଜୋର ଧରିଥିଲା । ତେବେ ବୁଧବାର କିଛି ଘଣ୍ଟାର ଶାନ୍ତି ପରେ ଗୁରୁବାର ସକାଳୁ ପୁଣି ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିବା ଅଧିକାରୀ ସୂଚନା ଦେଛନ୍ତି । ତେବେ ଗୁଳିବିନିମୟରେ କୁକି ସମ୍ପ୍ରଦାୟର ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯାହା ପରେ ଚୁରାଚାନ୍ଦପୁର ଜିଲ୍ଲାରେ ଜରୁରୀ ବନ୍ଦ ଡାକରା ଦିଆଯାଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ