ବାଲେଶ୍ୱରରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ । ନିଶାଶକ୍ତ ଅବସ୍ଥାରେ ଦୁଇ ସାଙ୍ଗଙ୍କ ମଧ୍ୟରେ ଥଟ୍ଟା ପରିହାସରୁ ଜଣେ ଅନ୍ୟ ଜଣଙ୍କ ଉପରକୁ ମାରିଲା ଗୁଳି । ଗୁରୁତର ହୋଇ ଆହତ ଯୁବକ କମଲ ଦାସ କଟକ ସ୍ଥାନାନ୍ତର ହୋଇଛି । କମଲ ଦାସଙ୍କ ଆଖିରେ ଗୁଳି ବାଜିଥିବା ସୂଚନା ରହିଛି । ସେପଟେ ଗୁଳି ମାରିଥିବା ଯୁବକ ସୁଜଲ ଚୌଧୁରୀ ଫେରାର ହୋଇଯାଇଛି । ଉଭୟ ସାଙ୍ଗ ବୋଲି ସୂଚନା ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛି । ଫେରାର ହୋଇଯାଇଥିବା ସୁଜଲ ବାଲେଶ୍ୱର ସ୍ଥିତ ବଳାଙ୍ଗୀ ଡିଗ୍ରୀ କଲେଜର ଛାତ୍ର ବୋଲି ଜଣାପଡିଛି । ଏବେ ପ୍ରଶ୍ନ ଉଠିଛି କେଉଁ କାରଣ ପାଇଁ ସୁଜଲ ଏଭଳି କାଣ୍ଡ ଭିଆଇଲେ । ସଜୁଲଙ୍କ ପାଖରେ ବନ୍ଧୁକ ଆସିଲା କେଉଁଠୁ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ