ବେଳେବେଳେ ତ୍ୱଚାର ସମସ୍ୟା ପାଇଁ ଲୋକଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡ଼ିଥାଏ । ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ଲୁଣ ପାଣି ବହୁତ ଲାଭଦାୟକ ହୋଇଥାଏ । ଲୁଣ ପାଣିରେ ମୁହଁ ଧୋଇବା ଦ୍ୱାରା ଅନେକ ତ୍ୱଚା ସମସ୍ୟାରୁ ମୁକ୍ତି ମିଳିଥାଏ । ପ୍ରଥମେ ସ୍ୱଚ୍ଛ ପାଣିକୁ ଫୁଟାଇ ଦିଅନ୍ତୁ ଏବଂ ଏଥିରେ ଲୁଣ ମିଶାନ୍ତୁ । ଏହାପରେ ଏକ ବୋତଲରେ ରଖି ଏହାକୁ ମୁହଁରେ ଲଗାନ୍ତୁ । ସ୍ପ୍ରେ ବୋତଲ ସାହାଯ୍ୟରେ ମୁହଁରେ ସ୍ପ୍ରେ କରି ବ୍ୟବହାର କରିପାରିବେ । ଲୁଣ ପାଣିରେ ବ୍ୟାକେଫରିଆକୁ ଅବଶୋଷଣ କରିବାର ଗୁଣ ମିଳିଥାଏ, ଯାହା କେବଳ ତ୍ୱଚାର ଛିଦ୍ରକୁ କମ୍ କରିବାରେ ଉପଯୋଗୀ ହୋଇଥାଏ ବରଂ ତ୍ୱଚାରେ ଟାଇଟନେସ୍ ମଧ୍ୟ ଆଣିଥାଏ । ଏଥିସହ ଧୀରେ ଧୀରେ ମୁହଁର ଶୁଷ୍କତା ଗାଏବ ହୋଇଥାଏ । ପ୍ରତିଦିନ ଲୁଣ ପାଣିରେ ମୁହଁ ଧୋଇଲେ ଉଜ୍ୱଳତା ଫେରିଥାଏ ଏବଂ ସ୍କିନକୁ ଡିଟକ୍ସ କରିବା ପାଇଁ ଆପଣଙ୍କୁ ବହୁତ ସାହାଯ୍ୟ କରେ । ସବୁଠୁ ବଡ଼ କଥା ଲୁଣ ପାଣିରେ ଧୋଇବା ଦ୍ୱାରା ମୁହଁରେ ଦୀର୍ଘଦିନ ଧରି ବସିଥିବା ଧୂଳିକଣା ସଫା ହୋଇଥାଏ, ଯାହା ଦ୍ୱାରା ଚେହେରାର ଚମକ ବଢ଼ିଥାଏ ।
“The eyes believe themselves, the ears believe other people.”
More Stories
ଅଧିକ ମାଂସ ଖାଉଥିଲେ ହୋଇପାରେ ଏହି ବଡ ସମସ୍ୟା
ନଡିଆ ଦିଏ ଏହି ସବୁ ସମସ୍ୟାରୁ ମୁକ୍ତି
ଖାଇବା ପୂର୍ବରୁ ଏହା ପିଇଲେ, ପତଳା ହେବାକୁ ଦରକାର ପଡିବନି ଏକ୍ସରସାଇଜ