ତ୍ରିପୁରା, ନାଗାଲାଣ୍ଡ ମେଘାଳୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତ୍ରିପୁରାରେ ଫେବୃଆରୀ ୧୬ ତାରିଖରେ ମତଦାନ ଅନୁଷ୍ଠିତ ହେବ ଓ ମାର୍ଚ୍ଚ ୨ ତାରିଖରେ ଫଳାଫଳ ଘୋଷଣା କରାଯିବ । ନିର୍ବାଚନ ଆୟୋଗଙ୍କ ତାରିଖ ଘୋଷଣା ପରେ ତ୍ରିପୁରା ରାଜନୀତି ସରଗରମ ହେବାରେ ଲାଗିଛି । ତ୍ରିପୁରାରେ ଏବେ ବିଜେପି ସରକାର ରହିଛି ଓ ମାଣିକ ଶାହା ମୁଖ୍ୟମନ୍ତ୍ରୀ ଅଛନ୍ତି । ହେଲେ ଅନୁଷ୍ଠିତ ହେବାକୁ ଯାଉଥିବା ନିର୍ବାଚନରେ ବିଜେପି ଏକ ବଡ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ଯାଉଛି । ଏଠାରେ ନିର୍ବାଚନ ପୂର୍ବରୁ ପାରମ୍ପାରିକ ବିରୋଧୀ କଂଗ୍ରେସ ଓ ବାମଦଳ ଗୋଟିଏ ମଞ୍ଚକୁ ଆସିଛନ୍ତି । କଂଗ୍ରେସ ଓ ବାମଦଳ ମେଣ୍ଟରେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । ଏନେଇ ସିପିଆଇଏମ ତ୍ରିପୁରା ରାଜ୍ୟ ମହାସଚିବ ଜିତେନ୍ଦ୍ର ଚୌଧୁରୀ କହିଛନ୍ତି କି ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଭୋଟରମାନେ ଭୋଟ ଦେବାରୁ ବଞ୍ଚିତ ହୋଇଛନ୍ତି । ତେଣୁ ସବୁ ଧର୍ମନିରପେକ୍ଷ ଲୋକତାନ୍ତ୍ରିକ ଶକ୍ତିମାନେ ଫାଶିବାଦ ସରକାର ବିରୋଧରେ ଏକାଠି ହେବାକୁ ଆହ୍ୱାନ ଦିଆଯାଇଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍