ଆଜି ତେଲେଙ୍ଗାନାରେ ବିଧାନସଭା ନିର୍ବାଚନର ମତଦାନ । ୧୧୯ଟି ଆସନରେ ଆରମ୍ଭ ହୋଇଛି ଭୋଟିଂ । ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ମତଦାନ । ରାଜ୍ୟରେ ୩୫ ହଜାର ୬୫୫ ପୋଲିଂ ବୁଥରେ ମତଦାନ ହେବ । ୩ କୋଟି ୨୬ ଲକ୍ଷ ଭୋଟର ଭୋଟ ଦେବେ । ମଇଦାନରେ ଅଛନ୍ତି ୨ ହଜାର ୨୯୦ ପ୍ରାର୍ଥୀ । ୧୬ଟି ମାଓ ପ୍ରଭାବିତ ଅଞ୍ଚଳରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ । ମୁଖ୍ୟମନ୍ତ୍ରୀ କେସି ରାଓଙ୍କ ସହ ହାଇ ପ୍ରୋଫାଇଲ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ । କେସି ରାଓ ଦୁଇଟି ଆସନ ଗାଜଓ୍ବେଲ ଓ କାମାରେଡ୍ଡିରୁ ବିଧାନସଭା ନିର୍ବାଚନ ଲଢୁଛନ୍ତି । ରାଜ୍ୟ କଂଗ୍ରେସ ସଭାପତି ରେଭାନ୍ତ ରେଡ୍ଡି, ବିଜେପିର ଲୋକସଭା ସାଂସଦ ବନ୍ଦି ସଞ୍ଜୟ କୁମାର ମଧ୍ୟ ନିର୍ବାଚନ ଲଢୁଛନ୍ତି । କାମାରେଡ୍ଡିରୁ କେସି ରାଓଙ୍କୁ ଟକ୍କର ଦେବେ ରାଜ୍ୟ କଂଗ୍ରେସ ସଭାପତି ରେଭାନ୍ତ ରେଡ୍ଡି । ଗାଜଓ୍ବେଲରୁ ବିଜେପି ଇଟାଲା ରାଜେନ୍ଦ୍ର କେସି ରାଓଙ୍କୁ ଟକ୍କର ଦେବେ । ଶାସକ ଦଳ ବିଆରଏସ ସମସ୍ତ ୧୧୯ଟି ଯାକ ଆସନରେ ନିର୍ବାଚନ ଲଢୁଛି । ବିଜେପି ସହ ଚର୍ଚ୍ଚିତ ଫିଲ୍ମଷ୍ଟାର ପଓ୍ବନ କଲ୍ୟାଣଙ୍କ ପାର୍ଟି ଜନସେନା ମିଶି ନିର୍ବାଚନ ଲଢୁଛନ୍ତି । ବିଜେପି ୧୧୧ଟି ଆସନରେ ଲଢୁଥିବା ବେଳେ ବାକି ୮ଟିରେ ପଓ୍ବନ କଲ୍ୟାଣଙ୍କ ପାର୍ଟି ନିର୍ବାଚନ ଲଢିବ ।
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର