ତେଲେଙ୍ଗାନାରେ ହାସଟ୍ୟାଗ ବାଏ ବାଏ ମୋଦି ପୋଷ୍ଟର । ତେଲେଙ୍ଗାନାରେ ମୋଦିଙ୍କ କେନ୍ଦ୍ରୀୟ ତଦନ୍ତ ଏଜେନ୍ସିଙ୍କ ଦ୍ବାରା ରେଡ ରାଜନୀତି ଚଳିବ ନାହିଁ ବୋଲି ଏଥିରେ ସ୍ପଷ୍ଟ ବାର୍ତ୍ତା ରହିଛି । ହାଇଦ୍ରାବାଦର ମୁଖ୍ୟ ସଡ଼କରେ ଛାଇ ଯାଇଛି ହାସଟ୍ୟାଗ ବାଏ ବାଏ ମୋଦି ବିରୋଧୀ ପୋଷ୍ଟର। ଏହି ପୋଷ୍ଟର ସବୁ ଗଣମାଧ୍ୟମରେ ହେଡଲାଇନ ପାଲଟିଥିବାବେଳେ ବଡ଼ ଅଜବ ତରିକାରେ ପ୍ରତିବାଦ କରାଯାଇଛି । ପୋଷ୍ଟରରେ ରେଡ ଡିଟରେଜଣ୍ଟ ଚିତ୍ର ବି ରହିଛି। ପୂର୍ବରୁ କେନ୍ଦ୍ର ସରକାରଙ୍କ ରେଡ୍ ଡିଟରଜେଣ୍ଟ ଯେଉଁ ନେତାଙ୍କ ଧଳା ବାନିୟନରେ ଲାଗିଛି ସେମାନେ ପରେ ଗେରୁଆ ରଙ୍ଗରେ ରଙ୍ଗୀନ ହୋଇଛନ୍ତି। ସେଥିରେ ସାମିଲ ଅଛନ୍ତି ମଧ୍ୟପ୍ରଦେଶର ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆସାମର ହିମନ୍ତ ବିଶ୍ବଶର୍ମା ପରି ଦିଗଜ ନେତା । ଏମାନଙ୍କ ଧଳା ବାନିୟନରେ ପଡିଥିବା ଦୁର୍ନୀତିର ଛିଟାକୁ ରେଡ ଡିଟରଜେଣ୍ଟ ଧୋଇବା ପରେ ଗେରୁଆ ରଙ୍ଗରେ ଉଭା ହୋଇଥିଲେ । ଏବେ କିନ୍ତୁ କେ କବିତାଙ୍କ ରଙ୍ଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପୋଷ୍ଟରରେ ବାର୍ତ୍ତା ଦିଆଯାଇଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ