The Topmost

“The eyes believe themselves, the ears believe other people.”

ତେଲେଙ୍ଗାନାରୁ ନିର୍ବାଚନ ଲଢିପାରନ୍ତି ସୋନିଆ

ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର । କିଏ କେଉଁ ଆସନରୁ ଲଢ଼ିବେ ତାକୁ ନେଇ ଚାଲିଛି ମାନସମନ୍ଥନ । ଏହା ଭିତରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ତଥା ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ନେଇ ଆସିଛି ବଡ ଖବର । ଏଥରକ ନିର୍ବାଚନରେ ସୋନିଆ ରାଏବରେଲୀ ବଦଳରେ ତେଲେଙ୍ଗାନା ଖମ୍ମନ ଆସନରୁ ଲଢ଼ିପାରନ୍ତି । ସୋମବାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ସୋନିଆଙ୍କୁ ଭେଟିବା ସହ ଖମ୍ମନ ଆସନରୁ ଲଢ଼ିବାକୁ ଅନୁରୋଧ କରିଥିବା ଜଣାପଡିଛି । ତେବେ ଉପଯୁକ୍ତ ସମୟ ଆସିଲେ ନିଷ୍ପତି ନିଆଯିବ ବୋଲି ସୋନିଆ କହିଛନ୍ତି । ତେଲେଙ୍ଗାନା ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ପ୍ରସ୍ତାବ ପାରିତ କରାଯାଇ କୁହାଯାଉଛି ତେଲେଙ୍ଗାନାକୁ ସ୍ୱତନ୍ତ୍ର ରାଜ୍ୟମାନ୍ୟତା ଦେବାରେ ସୋନିଆଙ୍କ ବଡ ଭୂମିକା ରହିଛି । ଏଠାକାର କଂଗ୍ରେସ ସମର୍ଥକ ସୋନିଆଙ୍କୁ ନିଜ ମା ଭାବେ ଦେଖନ୍ତି । ଯଦି ସୋନିଆ ଲଢିବେ ତେବେ ନିଶ୍ଚୟ ଜିତିବେ ।