ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟ୍ରେ ଷ୍ଟିଭ ସ୍ମିଥଙ୍କ ନୂଆ ରେକର୍ଡ। ଅଷ୍ଟ୍ରେଲିଆର ଟେଷ୍ଟ ଉପଅଧିନାୟକ ଷ୍ଟିଭ ସ୍ମିଥ୍ ଏବେ ମହାନ୍ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି । ଟେଷ୍ଟରେ ୧୫୦ ଇନିଂସ ପୂରଣ ପାଇଁ ଆହୁରି ୨ଟି ଇନିଂସ ବାକିଥିବା ବେଳେ ତେନ୍ଦୁଲକଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି ଷ୍ଟିଭ ସ୍ମିଥ୍ । ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଶେଷ ହୋଇଥିବା ପ୍ରଥମ ଟେଷ୍ଟରେ ୬୧ତମ ଅର୍ଦ୍ଧଶତକ କରିଛନ୍ତି ସେ । ତାଙ୍କର ବ୍ୟାଟିଂ ଆଭରେଜ୍ ମଧ୍ୟ ଅନ୍ୟମାନଙ୍କ ତୁଳନାରେ ବେଶ ଅଧିକ ରହିଛି ।୩୨ ବର୍ଷୀୟ ଷ୍ଟିଭ୍ ଟେଷ୍ଟ କ୍ରିକେଟରେ ୮ହଜାର ସ୍କୋର କ୍ଲବ୍ରେ ସାମିଲ ହୋଇସାରିଛନ୍ତି । ଯେଉଁଥିରେ ୨୭ଟି ଶତକ ଏବଂ ୩୪ଟି ଅର୍ଦ୍ଧଶତକ ମଧ୍ୟ ସାମିଲ ଅଛି ।
#the_topmost
#the topmost01
steve-smith @the_topmost
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ