ବଢୁଛି ମହାରାଷ୍ଟ୍ର କର୍ଣ୍ଣାଟକ ସୀମା ବିବାଦ । ଗାଁ ଉପରେ ଅଧିକାର ନେଇ ମୁହାଁମୁହିଁ ଦୁଇ ରାଜ୍ୟ । କର୍ଣ୍ଣାଟକକୁ ବସ୍ ସେବା ବନ୍ଦ କଲା ମହାରାଷ୍ଟ୍ର । ଦୀର୍ଘଦିନ ଧରି ମହାରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ୟରେ ସୀମା ବିବାଦ ସୃଷ୍ଟି ହୋଇଥିବାବେଳେ ଏଯାଏଁ ଥମିବାର ନାଁ ନେଉନି । ବରଂ ଏହା ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି । ବେଲଗାମରେ କର୍ଣ୍ଣାଟକ ରକ୍ଷଣ ବୈଦିକ ନାମକ ଏକ ସଙ୍ଗଠନ ବିରୋଧ ପ୍ରଦର୍ଶନ କରିବା ପରେ ମହାରାଷ୍ଟ୍ରର କିଛି ଟ୍ରକକୁ ଅଟକାଇ ତା ଉପରେ କାଳି ପକାଇଛନ୍ତି । ଏହା ସହ ଏକ ଟ୍ରକ ଉପରେ ପଥର ମଧ୍ୟ ପକାଇଛନ୍ତି । ଫଳରେ କର୍ଣ୍ଣାଟକକୁ ବସସେବା ବନ୍ଦ କରିଛି ମହାରାଷ୍ଟ୍ର । ତେବେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି । ମହାରାଷ୍ଟ୍ରର କିଛି ଗାଁକୁ କର୍ଣ୍ଣାଟକ ନିଜର ବୋଲି ଦାବି କରିଛି । ଏହାକୁ ନେଇ ଦେଖାଦେଇଛି ଘୋର ବିରୋଧ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ