ତେଜିଲା ଇସ୍ରାଏଲ-ପାଲେନଷ୍ଟାଇନ ବିବାଦ । ଗାଜା ଉପରେ ପୁଣି ଏୟାର୍ ଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍ । ଭୋରରୁ ଗାଜାର ଲେବନନ ଉପରେ ଆଟାକ୍ କରିଛି ଇସ୍ରାଏଲ । ଅଲ-ଉସକା ମସଜିଦ ଉପରେ ଇସ୍ରାଏଲର ଆକ୍ରମଣ ପରେ ଆତଙ୍କୀ ସଂଗଠନ ହମାସ ଇସ୍ରାଏଲ ଉପରେ ରକେଟ ମାଡ କରିଥିଲା । ଇସ୍ରାଏଲ ଏହାର ପ୍ରତିଶୋଧ ନେଇଥିବା ଜଣାପଡ଼ିଛି । ଗତ ବୁଧବାର ଜେରୁଜେଲମରେ ଥିବା ଅଲ୍ ଅକ୍ସା ମସ୍ଜିଦ୍ରେ ମାର୍ପିଟ୍ ହେବା ପରେ ପାଲେଷ୍ଟାଇନ୍ ଓ ଇସ୍ରାଏଲ୍ ସମ୍ପର୍କ ପୁଣି ଥରେ ତିକ୍ତ ହୋଇଛି । ଶ୍ରଦ୍ଧାଳୁମାନେ ମସ୍ଜିଦ୍ରେ ପ୍ରାର୍ଥନା କରୁଥିବା ବେଳେ ଇସ୍ରାଏଲ୍ର ସେନା କର୍ମୀ ମସ୍ଜିଦରେ ପଶିଥିଲେ । ଏହାପରେ ଶ୍ରଦ୍ଧାଳୁ ଓ ଇସ୍ରାଏଲ୍ ସେନା ମଧ୍ୟରେ ମାର୍ପିଟ୍ ହୋଇଥିଲା । ପାଲେଷ୍ଟାଇନ୍ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ଇସ୍ରାଏଲ ଉପରେ ରକେଟ୍ ମାଡ଼ କରାଯାଇଥିଲା।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ