ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ଆଜି ତୃତୀୟ ଦିନରେ ଝାରସୁଗୁଡା ଓ ସୁନ୍ଦରଗଡ କାର୍ଯ୍ୟକ୍ରମ ରହିଛି । ଟ୍ରିବ୍ୟୁନାଲ ଟିମ୍ ଏହି ଦୁଇ ଜିଲ୍ଲାରେ ସ୍ଥିତି ଅନୁଧ୍ୟାନ କରିବେ । ତୃତୀୟ ଦିନରେ ଝାରସୁଗୁଡାର ଓପିଜିସି ଇନଟେକ ପଏଣ୍ଟ , ବନହରପାଲିରେ ଇବ-ଥର୍ମାଲ ପାୱାର ଓ ସୁନ୍ଦରଗଡରେ ଇବ୍ ଡ୍ୟାମ ପ୍ରୋଜେକ୍ଟ ସାଇଡ ବୁଲି ଦେଖିବେ ଟିମ୍ । କେବଳ ମହାନଦୀ ନୁହେଁ ଏହାର ପ୍ରମୁଖ ଶାଖା ନଦୀ ଇବରେ କିଭଳି ଛତିଶଗଡର ଦାଦାଗିରି ଚାଲିଛି । ଆଉ ତା ସହିତ କିଭଳି ପାଣି ଅଟକାଇ ଚାଲିଛି । ସେହି ସ୍ଥାନ ବୁଲିବା ସହ ସ୍ଥିତି ଅନୁଧ୍ୟାନ କରିବ ଟିମ୍ । ଟ୍ରିବ୍ୟୁନାଲ ଟିମ୍ ସହିତ ରହିବେ ଦୁଇ ରାଜ୍ୟର ଜଳ ସମ୍ପଦ ଅଧିକାରୀ ଓ ଏକ୍ସପର୍ଟ ଟିମ୍ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ