The Topmost

“The eyes believe themselves, the ears believe other people.”

ତୃତୀୟ ଟି-୨୦ ରେ ସିରିଜ୍ ବଞ୍ଚାଇ ରଖିଲା ଭାରତ

ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ ଜିତି ସିରିଜ ବଞ୍ଚାଇ ରଖିଲା ଭାରତ । ପୂର୍ବରୁ ଦୁଇଟି ଯାକ ମ୍ୟାଚ୍ ହାରି ସାରିଥିବାରୁ ତୃତୀୟ ମ୍ୟାଚ୍ ଜିତିବା ଟିମ୍ ଇଣ୍ଡିଆ ପାଇଁ ନିହାତି ଜରୁରୀ ହୋଇପଡ଼ିଥିଲା । ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ବ୍ରାଣ୍ଡନ୍ କିଙ୍ଗ୍ ଓ କାଏଲ୍ ମାୟର୍ସ ପ୍ରଥମ ୱିକେଟ୍‌ ପାଇଁ ୫୫ ରନ୍ ସଂଗ୍ରହ କରିଥିଲେ ମଧ୍ୟ ଏଥି ପାଇଁ ୭.୪ ଓଭର ଖେଳିଥିଲେ । ପ୍ରଥମ ଦୁଇ ପରିବର୍ତ୍ତନରେ ଆସିଥିବା ଅକ୍ଷର ପଟେଲ୍ ଓ ୟୁଝବେନ୍ଦ୍ର ଚହଲ ପ୍ରଥମରୁ ପ୍ରଭାବହୀନ ରହିଥିଲେ। ତେବେ ମାୟର୍ସଙ୍କୁ ଆଉଟ୍ କରି ଅକ୍ଷର ପଟେଲ୍‌ ପ୍ରାରମ୍ଭିକ ଯୋଡ଼ିକୁ ଅଲଗା କରିଥିଲେ । ଏହା ପରେ କୁଲଦୀପ ଯାଦବଙ୍କ ଆଗମନ ନିର୍ଣ୍ଣାୟକ‌ ହୋଇଥିଲା । ‌