ତୁର୍କୀ ଓ ସିରିଆରେ ଭୟଙ୍କର ଭୂମିକମ୍ପ ପରେ ଏବେ ଥରିଉଠିଛି ପାଲେଷ୍ଟାଇନ୍ । ଏହି ଝଟକା ଜେରୁଜେଲମ୍ ସହରରେ ସବୁଠାରୁ ଅଧିକ ଅନୂଭୁତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୪ ଥିବା ଜଣାପଡିଛି । ଫେବୃଆରୀ ୬ ତାରିଖରେ ତୁର୍କୀ ଓ ସିଅରିଆରେ ଭୀଷଣ ଭୂମିକମ୍ପ ହେବା ପରେ ଏଠାରେ ମୃତକଙ୍କ ସଂଖ୍ୟା ୮୦୦୦ରୁ ଅଧିକ ହେଲାଣି । ଏଭଳି ସ୍ଥିତିରେ ପାଲେଷ୍ଟାଇନରେ ଭୂମିକମ୍ପ ହେବା ସେଠିକା ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ଧନଜୀବନ କ୍ଷୟକ୍ଷତିର କୌଣସି ସୂଚନା ମିଳି ନଥିବାବେଳେ ଏଠିକା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।
More Stories
ଶୀତରୁ ବଞ୍ଚିବାର ସହଜ ଉପାୟ
କାହିଁକି ଅଟକିଲା ସାହିତ୍ୟ ଅକାଡେମୀ ଆୱାର୍ଡ
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ