ତୁର୍କୀ ଓ ସିରିଆରେ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୬ ହଜାର ଟପିସାରିଲାଣି । ଉଦ୍ଧାରକୁ ଅପେକ୍ଷା କରି ଅନେକ ଲୋକ ନେଉଛନ୍ତି ଶେଷ ନିଃଶ୍ୱାସ । ମୃତ୍ୟୁସଂଖ୍ୟା ୨୦ ହଜାର ଟପିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶଙ୍କା ପ୍ରକାଶ କରିଛି । ଅନ୍ୟପଟେ ଭାରତରୁ ଯାଇଥିବା ଏନଡିଆରଏଫ ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି । ଗତ ସୋମବାର ଭୋର ସମୟରେ ହୋଇଥିବା ଏହି ଭୂମିକମ୍ପ ଯୋଗୁଁ ତୁର୍କୀ ପଶ୍ଚିମକୁ ପ୍ରାୟ ୫ରୁ ୬ ମିଟର ଘୁଂଚିଯାଇଛି । ଇଟାଲୀର ଭୂମିକମ୍ପବିତ୍ ପ୍ରଫେସର କାର୍ଲୋ ଡୋଗଲିଅନି ଏହା କହିଛନ୍ତି । ତୁର୍କୀ ଓ ସିରିଆ ଏବେ ଭୟାନକ ପରିସ୍ଥିତି ଦେଇ ଗତି କରୁଛି । ପ୍ରତି ମିନିଟ୍ ରେ ଯାଉଛି ଜୀବନ । ଆଉ ଏହି ସମୟରେ ସିରିଆ ଓ ତୁର୍କୀରେ ଭୁକମ୍ପରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଜ୍ଞଳୀ ଜଣାଇବା ସହ ଶାନ୍ତି ପ୍ରାର୍ଥନା କରିଛନ୍ତି ଜାମ୍ମୁ ସ୍କୁଲ୍ ଛାତ୍ରଛାତ୍ରୀ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ