ତୁର୍କୀରେ ପ୍ରାକୃତିକ ବିପର୍ଯ୍ୟୟ ପରେ ସହାୟତାର ହାତ ବଢ଼ାଇଛି ଭାରତ । ତୁର୍କୀକୁ ଭାରତ ରିଲିଫ ସାମଗ୍ରୀ ସହ ୧୦୦ ସୁରକ୍ଷାକର୍ମୀ ବିଶିଷ୍ଟ ଏନଡିଆରଏଫ ଓ ମେଡିକାଲର ଦୁଇ ଟିମ୍ ପଠାଇବ ବୋଲି ପିଏମଓ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁର୍କୀରେ ଭୟଙ୍କର ଭୂକମ୍ପରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ଏହା ସହ ଭାରତ ସବୁ ପ୍ରକାରର ସହାୟତ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଭୂକମ୍ପରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ଶୋକ ପ୍ରକାଶ କରିଛନ୍ତି । ଏଭଳି କଠିନ ସମୟରେ ଭାରତ ତୁର୍କୀ ସହ ଛିଡ଼ା ହୋଇ ରହିଥିବା କହିଛନ୍ତି ଜୟଶଙ୍କର ।
More Stories
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ
ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ନ୍ୟାୟ, ଏବେ ଜେଲ ଯିବେ ମହିଳା
ରତନ ଟାଟଙ୍କ ପରେ କିଏ ସମ୍ଭାଳିବ ସାମ୍ରାଯ୍ୟ, ଚାଲିଛି ଖୁବ୍ ଚର୍ଚ୍ଚା