ଟିଭି ଅଭିନେତ୍ରୀ ତୁନିଷା ଶର୍ମାଙ୍କ ଆତ୍ମହତ୍ୟା ଘଟଣାରେ ଏସଆଇଟି ତଦନ୍ତ ଦାବି । ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ ଏସଆଇଟି ତଦନ୍ତ ଦାବି କରିଛି । ସିନେ ୱାର୍କର୍ସ ଆସୋସିଏସନ ଅଧ୍ୟକ୍ଷ ସୁରେଶ ଗୁପ୍ତାଙ୍କ କହିବା ମୁତାବକ, ସେଟରେ କିଛି କିଛି ଅଭିନେତ୍ରୀ ଭୟଭୀତ ଅଛନ୍ତି ଏବଂ ସେମାନେ ଏହାକୁ ହତ୍ୟାକାଣ୍ଡ ବୋଲି କହିଛନ୍ତି । ସେପଟେ ଏହି ଘଟଣାରେ ୧୪ ଜଣଙ୍କ ବୟାନ ରେକର୍ଡ କରିଛି ପୋଲିସ । ଗିରଫ କୋ-ଷ୍ଟାର ଶିଜାନ୍ ମହମ୍ମଦ ଖାନଙ୍କୁ ଗିରଫ କରି ୪ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ତୁନିଶାଙ୍କ ମୃତ୍ୟୁକୁ ନେଇ ବଡ଼ ବୟାନ ଦେଇଛନ୍ତି ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଗିରୀଶ ମହାଜନ । ତୁନିଶାଙ୍କ ମୃତ୍ୟୁକୁ ସେ ଲଭ୍ ଜିହାଦ ସହ ଯୋଡ଼ିଛନ୍ତି । ଏହା ଏକ ଲଭ୍ ଜିହାଦ ମାମଲା ଏବଂ ପୋଲିସ ଏହାର ତଦନ୍ତ କରୁଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
ବିବାହ ପୂର୍ବରୁ କରନ୍ତୁନି ଏହି ସବୁ କାମ ନଚେତ୍..
ଦମଦାର ଅଭିନୟରେ ଦର୍ଶକ ଘାଇଲା..