August 10, 2025

ତୀସ୍ତା ସୀତଲଓ୍ବାଡଙ୍କୁ ଆଶ୍ବସ୍ତି

ସୁପ୍ରମିକୋର୍ଟ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ପ୍ରମାଣ ଜାଲିଆତି କରିବାରେ ସମ୍ପୃକ୍ତ ଥିବା ଅଭିଯୋଗରେ ସ‌ାମାଜିକକର୍ମୀ ତୀସ୍ତା ସୀତଲ୍‌ୱାଡ୍‌ଙ୍କୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷାକୁ ଆଜି ସୁପ୍ରିମ୍‌ କୋର୍ଟ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଜୁଲାଇ ୧୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ‘ତୁରନ୍ତ ଆତ୍ମସମର୍ପଣ’ କରିବା ଲାଗି ଗୁଜରାଟ ହାଇକୋର୍ଟ ତୀସ୍ତା ସୀତଲ୍‌ୱାଡ୍‌ଙ୍କୁ ଆଦେଶ ଦେଇଥିଲେ। କିନ୍ତୁ, ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ସୁପ୍ରିମ୍‌ କୋର୍ଟ ଗୁଜରାଟ ହାଇକୋର୍ଟଙ୍କ ଉକ୍ତ ଆଦେଶ ଉପରେ ରହିତାଦେଶ ଜାରି କରିଛନ୍ତି। ବିଚାରପତି ବି.ଆର୍‌. ଗୱାଇଙ୍କ ନେତୃତ୍ବରେ ବିଚାରପତି ଏ.ଏସ୍‌. ବୋପନ୍ନା ଏବଂ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ୩ଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଆଜି ଅପରାହ୍ଣ ପ୍ରାୟ ୧୨.୩୦ରେ ଗୁଜରାଟ ହାଇକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଜାରି କରିଥିଲେ।

SHARE BY