ବହୁ ଚର୍ଚ୍ଚିତ ୨୦୦୨ ଗୁଜରାଟ ଦଙ୍ଗା ଘଟଣାରେ ସାମାଜିକ କର୍ମୀ ତିସ୍ତା ସିତଲବାଦଙ୍କୁ ସୁପ୍ରିମ୍ କୋର୍ଟରୁ ସପ୍ତାହକ ପାଇଁ ଆଶ୍ୱସ୍ତି ମିଳିଛି। ଗୁଜରାଟ ହାଇକୋର୍ଟ ତାଙ୍କର ନିୟମିତ ଜାମିନ ଆବେଦନକୁ ଖାରଜ କରିବା ସହ ତୁରନ୍ତ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହା ଉପରେ ସପ୍ତାହକ ପାଇଁ ରୋକ ଲଗାଇଛନ୍ତି ସୁପ୍ରିମ୍ କୋର୍ଟ । ଶନିବାର ରାତି ପ୍ରାୟ ୧୦ଟାରେ ଏହି ରାୟ ଆସିଛି । ଗୁଜୁରାଟ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ତୁରନ୍ତ ତିସ୍ତା ସୁପ୍ରିମ୍କୋର୍ଟ ଯାଇଥିଲେ । ସୁପ୍ରିମ୍କୋର୍ଟର ୩ ଜଣିଆ ବିଚାରପତି ଏହି ମାମଲାର ଶୁଣାଣି କରିବା ବେଳେ ଏକକ ମତ ପ୍ରକାଶ କରିନପାରିବାରୁ ଏହା ସିଜେଆଇଙ୍କ ନିକଟକୁ ଯାଇଥିଲା। ତିସ୍ତାଙ୍କ ବେଲ ରଦ୍ଦ ଓ ଆତ୍ମସମର୍ପଣ ଉପରେ ଗୁଜୁରାଟ ହାଇକୋର୍ଟ ଦେଇଥିବା ରାୟ ଉପରେ ସିଜେଆଇ ସପ୍ତାହକ ପାଇଁ ରୋକ ଲଗାଇଛନ୍ତି।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ