ତ୍ରିପୁରା, ମେଘାଳୟ, ନାଗାଲାଣ୍ଡରେ ହେବ ବିଧାନସଭା ନିର୍ବାଚନ । ତିନି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ସବୁ ରାଜ୍ୟରେ ୬୦ଟି ଲେଖାଏଁ ଆସନ ଥିବାବେଳେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ । ମାର୍ଚ୍ଚ ୨ରେ ଭୋଟ ଗଣତି ହେବ । ଫେବ୍ରୁଆରୀ ୧୬ରେ ତ୍ରିପୁରା ପାଇଁ ମତଦାନ ହେବ । ମେଘାଳୟ ଓ ନାଗାଲାଣ୍ଡରେ ଫେବ୍ରୁଆରୀ ୨୭ ତାରିଖରେ ହେବ ନିର୍ବାଚନ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ତ୍ରିପୁରା ପାଇଁ ଜାନୁଆରୀ ୨୧ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜାନୁଆରୀ ୩୦ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି । ଜାନୁଆରୀ ୩୧ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ଫେବ୍ରୁଆରୀ ୨ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ସେହିଭଳି ମେଘାଳୟ ଓ ନାଗାଲାଣ୍ଡ ପାଇଁ ଜାନୁଆରୀ ୩୧ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଫେବ୍ରୁଆରୀ ୭ ସୁଦ୍ଧା ପ୍ରାର୍ଥିପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଫେବ୍ରୁଆରୀ ୮ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ଫେବ୍ରୁଆରୀ ୧୦ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ