ନିଜ ଗାଁ ଆସୁଛନ୍ତି ମହାମହିମ । ରାଷ୍ଟ୍ରପତି ହେବା ପରେ ପ୍ରଥମଥର ନିଜ ଜନ୍ମମାଟିରେ ପାଦ ଦେବେ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ଓଡ଼ିଶାକୁ ପୂର୍ବରୁ ଦୁଇଥର ଗସ୍ତ କରିସାରିଛନ୍ତି ଦ୍ରୌପଦୀ ମୁର୍ମୁ । କିନ୍ତୁ ନିଜ ଜିଲ୍ଲାକୁ ଏହା ତାଙ୍କର ପ୍ରଥମ ଗସ୍ତ ହୋଇଥିବାରୁ ସମଗ୍ର ଜିଲ୍ଲାରେ ଉତ୍ସବର ମାହୋଲ ଖେଳିଯାଇଛି । ତିନି ଦିନ ଧରି ରାଷ୍ଟ୍ରପତି ମୟୂରଭଞ୍ଜରେ ରହିବେ । ଏହି ଅବସରରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସଜେଇ ହୋଇଛି ତାଙ୍କ ଗାଁ ପାହାଡ଼ପୁର । ସ୍ୱାଗତ ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ପ୍ରସ୍ତୁତି । ପ୍ରଦକ୍ଷଣ ଗୃହରେ ୨୦୦୮ରେ ନିର୍ମିତ ଭିଭିଆଇପି ଲାଉଞ୍ଜରେ ରହିବେ ରାଷ୍ଟ୍ରପତି । ସେଥିପାଇଁ ଟାଇଲଠାରୁ ଆରମ୍ଭ କରି ଲାଇଟ୍, ଆସବାବପତ୍ର, ସବୁ କିଛି ନୂଆ କରାଯାଇଛି ।
“The eyes believe themselves, the ears believe other people.”
More Stories
About Us
ଆଉ ହେବନି ବାଟମାରଣା, ଖଣି ଜଗିବେ ଓଆଇଏସ୍ଏଫ୍ ଜବାନ୍
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ