The Topmost

“The eyes believe themselves, the ears believe other people.”

ତାଲିବାନ ଓ ISIL-K ସଂଗଠନ ମଧ୍ୟରେ ବିବାଦ ତେଜିଲା

ବଢିଲା ତାଲିବାନ ଓ ISIL-K ସଂଗଠନ ମଧ୍ୟରେ ବିବାଦ । ତାଲିବାନକୁ ଏକ ଦୁର୍ବଳ ଶକ୍ତିଭାବେ ଆନ୍ତର୍ଜାତିକ ସ୍ତରରେ ପ୍ରତିପାଦିତ କରିବା ଲାଗି ISIL-K ବିଭିନ୍ନ ଦେଶର ଦୂତାବାସ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ସୂଚନା ମିଳିଛି। ଆଫଗାନିସ୍ତାନରେ ଥିବା ଭାରତ, ଇରାନ ଓ ଚୀନର ଦୂତାବାସ ଉପରେ ଆକ୍ରମଣ କରିବା ଲାଗି ଧମକ ଦେଇଛି ଆଇଏସଆଇଏଲ-କେ ଆତଙ୍କବାଦୀ ସଂଗଠନ । ତାଲିବାନ ସରକାର ସହ ପଡୋଶୀ ରାଷ୍ଟ୍ରଗୁଡିକର ସମ୍ପର୍କ ତିକ୍ତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରିବାକୁ ISIL-K ସୁଚିନ୍ତିତ ଯୋଜନା କରୁଥିବା ସୂଚନା । ଜାତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଇସଲାମିକ ଷ୍ଟେଟ ଇନ ଇରାକ ଓ ଲେଭାଣ୍ଟ-ଖୋରାସାନ ସଂଗଠନ ବା ISIL-K ପକ୍ଷରୁ ବିଭିନ୍ନ ହିଂସାତ୍ମକ କାର୍ଯ୍ୟକଳାପ କରିବା ଲାଗି ଯୋଜନା କରାଯାଇଛି ।